fbpx
BJD
BJD SKY
BJD SKY

ଓଡ଼ିଶାରେ ପ୍ରଥମ: ଏସସିବିରେ ଆରମ୍ଭ ହେବ ଥାଲାସେମିଆ ରୋଗୀଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ, ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହେଲେ ୩ ଜଣ ରୋଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ବଡ଼ ମେଡିକାଲ ଏସସିବିର ହେମାଟୋଲୋଜି ବିଭାଗରେ ରକ୍ତ କର୍କଟ ରୋଗୀଙ୍କର ଅସ୍ଥିମଜା ପ୍ରତିରୋପଣ (ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ) ସଫଳତାର ସହିତ ଆରମ୍ଭ ହେବା ପରେ ଏବେ ଥାଲାସେମିଆ ରୋଗୀଙ୍କର ଅସ୍ଥିମଜା ପ୍ରତିରୋପଣ ଆରମ୍ଭ ହେବ । ଏଥିପାଇଁ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏଥିପାଇଁ ଗ୍ରହୀତା ଓ ଅସ୍ଥିମଜ୍ଜା ଦାତା ପ୍ରସ୍ତୁତ ରହିଥିବା ବେଳେ ମେଡିକାଲରେ ପ୍ରଥମ ଥର ଏହି ଅସ୍ତ୍ରୋପଚାର କରାଯିବ । ଏହି ଚିକିତ୍ସା ପଦ୍ଧତି ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଆରମ୍ଭ ହୋଇନଥିବା ବେଳେ ଖୁବଶୀଘ୍ର ତାହା ଏସସିବିରେ ଆରମ୍ଭ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଥାଲାସେମିଆ ରୋଗ ନିରୂପଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଏସସବିରେ ଉପଲବ୍ଧ ରହିଥିବା ବେଳେ ସେଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପ୍ରତିରୋପଣ ତାଲିକାର ଆଗରେ ରହିଥିବା ୩ ବର୍ଷର ଥାଲାସେମିଆ ଶିଶୁର ଅସ୍ଥିମଜ୍ଜା ପ୍ରତିରୋପଣ କରାଯିବ । ଶିଶୁର ଭାଇର ଶରୀରରୁ ଅସ୍ଥିମଜ୍ଜା ଅଣାଯାଇ ତା’ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଏହା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଥାଲାସେମିଆ ଏକ ରକ୍ତହୀନତା ବଂଶାନୁଗତ ରୋଗ ହୋଇଥିବା ବେଳେ ଏଥିରେ ଶିଶୁର ଜୀବନ ପ୍ରତି ବିପଦ ରହିଥାଏ । ପ୍ରଥମେ ଶିଶୁକୁ ରକ୍ତ ମାଧ୍ୟମରେ ଲାଲ ରକ୍ତ କଣିକା ଦିଆଯାଏ । ୧୫-୩୦ ଦିନ ଭିତରେ ଶିଶୁକୁ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଏ । ବାରମ୍ବାର ରକ୍ତ ଦେବା ଫଳରେ ଶିଶୁର ଶରୀରରେ ଲୌର ମାତ୍ରା ବୃଦ୍ଧି ପାଇବା ସହ ଲୌହ ଅଂଶ ଶରୀରରେ ଜମା ହୋଇ ଲିଭର ସିରୋସିସ, ଚର୍ମ ରଙ୍ଗ କଳା ପଡ଼ିବା, ଫ୍ଲୁ ଡାଇବେଟିସ ହେବାର ଆଶଙ୍କା ରହିଥାଏ । ଦ୍ୱିତୀୟଟି ହେଉଛି ଅସ୍ଥିମଜ୍ଜା ପ୍ରତିରୋପଣ, ଯାହାକୁ ପ୍ରଥମ ଥର ପାଇଁ ଓଡ଼ିଶାର ଏସସିବିରେ ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.