fbpx
BJD
BJD SKY
BJD SKY

୨୦ ହଜାରରୁ ଉର୍ଦ୍ଧ୍ୱ ନଗଦ ଋଣ ପ୍ରଦାନ କରିପାରିବ ନାହିଁ NBFC, ନିର୍ଦ୍ଦେଶ ଦେଲା RBI

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଋଣ ପ୍ରଦାନ କରିବା ଉପରେ ଲାଗିଲା ରୋକ୍ । ବର୍ତ୍ତମାନ ନନ୍ ବ୍ୟାଙ୍କି ଫାଇନାନ୍ସ କମ୍ପାନୀ(NBFC) ଏହାର ଗ୍ରାହକଙ୍କୁ ୨୦ ହଜାରରୁ ଉର୍ଦ୍ଧ୍ୱ ନଗଦ ଋଣ ପ୍ରଦାନ କରିପାରିବ ନାହିଁ । ଏନେଇ RBI ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆୟକର ଅଧିନିୟମ, ୧୯୬୧ର ଧାରା 269SS ଅନ୍ତର୍ଗତ କୌଣସି ବ୍ୟକ୍ତି ୨୦ ହଜାରରୁ ଅଧିକ ନଗଦ ଋଣ ପାଇବା ନେଇ ଅନୁମତି ନାହିଁ । ଏହି ପରିପ୍ରେକ୍ଷୀରେ ଆରବିଆଇ NBFCକୁ ଏକ ପତ୍ର ମଧ୍ୟମରେ ସୂଚନା ଦେଇଛି ।

ଏକ ରିପୋର୍ଟ ଅନୁଯାୟୀ RBI ବର୍ତ୍ତମାନ ଏହି ନିୟମକୁ କଡ଼ାକଡ଼ି କରିବାକୁ ଚାହୁଁଛି । ଏହା ଦ୍ୱାରା କମ୍ପାନୀକୁ ଭବିଷ୍ୟତରେ କୌଣସି ବିପଦର ସାମ୍ନା କରିବାକୁ ପଡ଼ିବ ନାହିଁ ଏବଂ ନିୟମର ଉଲଙ୍ଘନ ବି ହେବ ନାହିଁ । RBI ଏହି ନିର୍ଦ୍ଦେଶ ଏପରି ସମୟରେ ଜାରି କରିଛି ଯେତେବେଳେ NBFCର IIFL କମ୍ପାନୀ ଉପରେ ନିୟମ ଉଲଙ୍ଘନ କରିବାର ଅଭିଯୋଗ ଥିଲା । IIFL କମ୍ପାନୀ ଗ୍ରାହକଙ୍କୁ ସୁନା ଋଣ ପ୍ରଦାନ କରିବା ସମୟରେ ସୁନାର ଶୁଦ୍ଧତା ଏବଂ ଅପର୍ଯ୍ୟାପ୍ତ ଯାଞ୍ଚ, ଅଧିକ ନଗଦ ଋଣ ପ୍ରଦାନ, ମାନକ ନିଲାମ ପ୍ରକ୍ରିୟାରୁ ବିଚ୍ୟୁତ ଏବଂ ଗ୍ରାହକଙ୍କ ଆକାଉଣ୍ଟ ଚାର୍ଜରେ ପାରଦର୍ଶିତାର ନିୟମ ଉଲଙ୍ଘନ କରିଥିଲା ।

Get real time updates directly on you device, subscribe now.