fbpx
BJD
BJD SKY
BJD SKY

କାର ଭିତରୁ ଉଦ୍ଧାର ହେଲା ମାଆ-ବାପା ଏବଂ ଝିଅର ମୃତଦେହ, ସମସ୍ତଙ୍କ ମୁଣ୍ଡରେ ବାଜିଛି ଗୁଳି

ଝାରସୁଗୁଡ଼ା: ସକାଳୁ ସକାଳୁ ଏକ ଦୁଃଖଦ ଘଟଣାରେ ଝାରସୁଗୁଡାରେ ଦେଖିବାକୁ ମିଳିଛି । ଏଠାରେ ଏଥିବା ଏକ ଖେଳ ପଡିଆରୁ ବାପା, ମାଆ ଏବଂ ଝିଅର ମୃତଦେହ ଠାବ କରାଯାଇଛି । ଏହା ଝାରସୁଗୁଡାର ଲଖନପୁର ବାଣୀପାହାଡ଼ ନିକଟରେ ଥିବା ଖେଳ ପଡିଆରୁ ୩ ମୃତଦେହକୁ ଠାବ କରାଯାଇଛି। ସୂଚନା ଅନୁଯାୟୀ, ଖେଳ ପଡିଆରେ ଠାବ ହୋଇଥିବା ୩ ମୃତକ ବଜରାଜନଗର ଓରିଏଣ୍ଟେଡ ତାନା କାଳୀନଗର ଅଞ୍ଚଳର ବୋଲି ଜଣାପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ୩ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି । ବାପା ମାଆ ଓ ୧୨ ବର୍ଷୀୟ ଝିଅର ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଲଖନପୁର ବଣିପାହାଡ଼ ନିକଟ ପଡିଆରେ କାର ଭିତରୁ ଏହି ଉଦ୍ଧାର କରାଯାଇଛି । ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳିନଗର ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଯାଇ ପହଁଚିଛନ୍ତି । ସନ୍ଦେହ କରାଯାଉଛି ଯେ, ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

Get real time updates directly on you device, subscribe now.