fbpx
BSKY
BJD SHG SKY
BJD YOUTH SKY

ଓଡ଼ିଶା ହାଇକୋର୍ଟ: ବିବାହ ପରେ ବି ଜଣେ ମହିଳାଙ୍କୁ ତାଙ୍କର ମୂଳ ଜାତିରୁ ବଞ୍ଚିତ କରାଯାଇ ପାରିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାହ ପରେ ବି ଜଣେ ମହିଳାଙ୍କୁ ତାଙ୍କର ମୂଳ ଜାତିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଜଣେ ମହିଳା ଜନ୍ମରୁ ଅନୁସୂଚିତ ଜାତି (ଏସଟି) ବର୍ଗଭୁକ୍ତ ହୋଇଥିବା ବେଳେ ସେ ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିବା ପରେ ତାଙ୍କର ମୂଳ ଜାତି ପରିବର୍ତ୍ତନ ହୋଇ ପାରିବ ନାହିଁ । ଅଣ ଏସଟି ପୁରୁଷଙ୍କୁ ବିବାହ କରିଥିବା ଉକ୍ତ ମହିଳାଙ୍କୁ ଏସଟି ବର୍ଗରୁ ବାଦ୍ ଦିଆଯାଇ ପାରବ ନାହିଁ । ଓଡ଼ିଶା ହାଇକୋର୍ଟ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ସୂଚନା ମୁତାବକ, କୋରାପୁଟର ସିମିଳିଗୁଡ଼ାରେ ଏକ ଏସଟି ବର୍ଗର ଜମି ବିକ୍ରି ବିବାଦକୁ ନେଇ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଜଣିକିଆ ବିଚାରପତି ପ୍ରଦାନ କରିଥିବା ଏହି ରାୟକୁ କାଏମ୍ ରଖିଛନ୍ତି ମୁଖ୍ୟ ବିଚାପରତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ । ଜଣିକିଆ ବିଚାରପତିଙ୍କ ୨୦୦୦, ଅକ୍ଟୋବର ୧୮ର ରାୟ ବିରୋଧରେ ଦାୟର ହୋଇଥିବା ଅପିଲକୁ ଦୁଇଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି ।

ମୂଳ ଜମିର ମାଲିକ ଏସଟି ବର୍ଗର ହୋଇଥିବା ବେଳେ ସେ ୧୯୬୪ ମସିହା ମାର୍ଚ୍ଚ ୧୯ରେ ପଞ୍ଜିକୃତ ବିକ୍ରି କବଲା ବଳରେ ଜଣେ ମହିଳାଙ୍କୁ ତାହାକୁ ବିକ୍ରି କରିଥିଲେ । ତେବେ ଜମି କ୍ରୟ କରିଥିବା ମହିଳା ଜନ୍ମରୁ ଏସଟି ହୋଇଥିବା ବେଳେ ସେ ଜଣେ ଅଣ ଏସଟି ବର୍ଗର ପୁରୁଷଙ୍କୁ ବିବାହ କରିଥିଲେ । ଏନେଇ ତାଙ୍କ ଜମି ଅଣ ଏସଟି ଲୋକ ଜବରଦଖଲ କରିଥିବା ନେଇ ମୂଳ ଜମି ମାଲିକ ଅଭିଯୋଗ କରିଥିଲେ । ଏସଟି ବର୍ଗର ସଦସ୍ୟ ହୋଇନଥିବା ଜଣେ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ବିବାହ କରିଥିବାରୁ ଜମି କ୍ରୟ କରିଥିବା ମହିଳା ରେଗୁଲେସ-୨ ଅନୁସାରେ ଏସଟି ସଦସ୍ୟ ହୋଇ ରହି ନାହାନ୍ତି ବୋଲି କୋରାପୁଟ ସ୍ପେଶାଲ ଅଫିସର ଅନ୍ ଡ୍ୟୁଟି ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହି ରାୟ ବିରୋଧରେ ଦାୟର ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ମହିଳା ଜଣଙ୍କ ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଜଣେ ଏସଟି ମହିଳାଙ୍କ ଜାତି ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ଜଣିକିଆ ବିଚାରପତି ରାୟ ଦେଇଥିଲେ ।

Get real time updates directly on you device, subscribe now.