fbpx

(Video) ଶିମିଳିପାଳ ଅଭୟାରଣ୍ୟରେ ପ୍ରଚଣ୍ଡ ନିଆଁ; ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦଉଡ଼ୁଛନ୍ତି ବାଘ

କରଞ୍ଜିଆ: ଶିମିଳିପାଳରେ ପ୍ରଚଣ୍ଡ ନିଆଁ, ଜଙ୍ଗଲରେ ପୁରା ମାଡ଼ି ମାଡ଼ି ଚାଲିଛି । ଭିଷଣ ଖରା ସାଙ୍ଗକୁ ନିଆଁ ପୁରା ଅସ୍ତ ବ୍ୟସ୍ତ କରିଦେଲାଣି । ଜଙ୍ଗଲ ଭିତରେ ବାଘ ମାନେ ଏଣେ ତେଲେ ଜୀବନକୁ ବଞ୍ଚାଇ ଦଉଡ଼ୁଛନ୍ତି । ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ଜଙ୍ଗଲ ଭିତରେ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ରାଜ୍ୟର ଅଧା ଜଙ୍ଗଲ ଏବେ ଜଳିବାକୁ ଲାଗିଲାଣି । ବର୍ଷା ହେଉ ନଥିବାରୁ ଜଙ୍ଗଲରେ ନିଆଁ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଯେତେ ଲିଭାଇବାକୁ ଚେଷ୍ଟା କଲେ ସୁଧା ନିଆଁ ଲିଭୁ ନାହିଁ । ଆଉ ଏବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଭିଷଣ ରୂପ ନେଇଛି । ଏ ନିଆଁକୁ ଦେଖିଲେ ଜାଣିପାରୁଥିଲେ ଜଙ୍ଗଲ ଭିତରେ ବାଘ ମାନଙ୍କର ଅବସ୍ଥା କେମିତି ରହିଥିବ । ଯେଉଁଠାରେ ବାଘ ମାନଙ୍କୁ ସଂଗ୍ରକ୍ଷିତ କରି ରଖା ଯାଇଛି । ହେଲେ ଏବେ ଜଳୁଛି ଶିମିଳିପାଳ । ନିଆଁକୁ ଲିଭାଉଥିଲେ ମଧ୍ୟ ଲିଭୁ ନାହିଁ । ଦିନେକି ଦୁଇଦିନ ନୁହେଁ ଗତ ୧୫ ଦିନ ହେଲାଣି ଲାଗିଛି ନିଆଁ ।

ଯାହାକୁ ନେଇ ବାଘ ମାନେ ଜଙ୍ଗଲ ଭିତରେ ପୁରା ଅଣନିଶ୍ୱାସି ହୋଇଗଲେଣି । ଖାଲି ଡହଳ ବିକଳ ହେଉଛନ୍ତି ଜଙ୍ଗଲ ଭିତରେ ବାଘ ମାନେ । କାରଣ ନିଆଁ ସାଙ୍ଗକୁ ପ୍ରଚଣ୍ଡ ଖରା କାରଣରୁ ଜଙ୍ଗ ପୁରା ଧୂଆଁରେ ଭର୍ତ୍ତି ହୋଇଛି । ବନବିଭାଗ କର୍ମଚାରୀ ଅହରହ ଲାଗିଛନ୍ତି ନିଆଁକୁ ଲଭାଇବା ପାଇଁ । ହେଲେ ଏହା ସମ୍ଭବ ହେଉ ନାହିଁ । କାରଣ ଶିମିଳିପାଳର ୩୫ ସ୍ଥାନରେ ନିଆଁ ଲାଗିଛି । ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ୨୨ଟି ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଓଡିଆରଏଫ୍ ଟିମକୁ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.