fbpx

ଘରର କେଉଁ ଦିଗରେ ଘଡି ଲଗାଇଲେ ହୋଇଥାଏ ଶୁଭ, ଜାଣି ନିଅନ୍ତୁ ବାସ୍ତୁ ନିୟମ

ଓଡ଼ିଶା ଭାସ୍କର:ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଛି । ଘରେ ଯେ କୌଣସି ବି ଜିନିଷ ବାସ୍ତୁ ନିୟମ ପାଳନ ନ କରି ଲଗାଇବା ଦ୍ୱାରା ଅଶୁଭ ପରିଣାମ ମିଳିଥାଏ । ସମସ୍ତଙ୍କ ଘରେ କାନ୍ଥ ଘଡି ରହିଛି । ଏହି ଘଡି କେଉଁ ଦିଗରେ ଲଗାଇବା ଉଚିତ ଏହା ଜାଣିବା ସମସ୍ତଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ଶାସ୍ତ୍ରରେ ଘଡି ଲଗାଇବାର ସଠିକ୍ ନିୟମ ଦର୍ଶାଯାଇଛି । ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ.. ।
ସଠିକ୍ ଦିଗ:ବାସ୍ତୁ ଅନୁସାରେ ଘରେ ଉତ୍ତର କିମ୍ବା ପୂର୍ବ ଦିଗରେ ଘଡି ଲଗାଇବା ସବୁଠାରୁ ଅଧିକ ଶୁଭ । ଏହି ଦିଗରେ ଘଡି ଲଗାଇବା ଦ୍ୱାରା ଘର ମଧ୍ୟକୁ ସକରାତ୍ମକ ଶକ୍ତି ଆସିଥାଏ ଓ ପରିବାର ସଦସ୍ୟଙ୍କ ମାନସିକ ଶାନ୍ତି ବଜାୟ ରହିଥାଏ ।
ଭୁଲ୍ ଦିଗ: ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ଭୁଲ୍‌ରେ ବି ଘଡି ଲଗାନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ଏହି ଦିଗରେ ଘଡି ଲଗାଇବା ଦ୍ୱାରା ବ୍ୟକ୍ତିର କୌଣସି ଉନ୍ନତି ହୋଇ ନ ଥାଏ । ଏହା ସହିତ ବ୍ୟବସାୟରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ଲଗାନ୍ତୁନି ଏପରି ଘଡି: ଘରେ ଭୁଲ୍‌ରେ ବି ବନ୍ଦ କିମ୍ବା ଭଙ୍ଗା ଘଡି ଲଗାନ୍ତୁ ନାହିଁ । ଘଡିକୁ ମଧ୍ୟ ସମୟ ସମୟରେ ସଫା କରିବା ଉଚିତ ଯେପରି ଏଥିରେ ଧୂଳି ନ ଜମିଯାଏ । ବନ୍ଦ ଘଡି ନକରାତ୍ମକତାର ପ୍ରତୀକ ହୋଇଥାଏ । ଏଥିରେ କାର୍ଯ୍ୟରେ ବାଧା ଉପୁଜିଥାଏ ।
ଘଡିର ସମୟ:ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘଡିର ସମୟ କିଛି ମିନିଟ୍ ଆଗକୁ ରହିବା ଶୁଭ ହୋଇଥାଏ ।

Get real time updates directly on you device, subscribe now.