fbpx

ଓଡ଼ିଶା ହାଇକୋର୍ଟ ଅନୁବାଦକ ନିଯୁକ୍ତି: ମୁଖ୍ୟ ଲିଖିତ ପରୀକ୍ଷା ଫଳାଫଳ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଅନୁବାଦକ ନିଯୁକ୍ତି ପାଇଁ ପୂର୍ବରୁ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଗତ ୨୦ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ୨୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ପ୍ରାର୍ଥୀମାନେ କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ମେ ମାସ ୫ ତାରିଖ (ରବିବାର) ଦିନ ସକାଳ ୮.୩୦ରୁ ୯.୩୦ ପର୍ଯ୍ୟନ୍ତ କଟକ ସ୍ଥିତ ହାଇକୋର୍ଟର ନ୍ୟୁ କନଫରେନ୍ସ ହଲରେ କମ୍ପ୍ୟୁଟରର ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପ୍ରାର୍ଥୀମାନେ ଏପ୍ରିଲ ୨୬ ତାରିଖ ସକାଳ ୧୦ଟା ଠାରୁ ମେ ୫ ତାରିଖ ସକାଳ ୭ଟା ମଧ୍ୟରେ ନିଜ ନିଜର ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟର ରେଜଲ୍ଟ ପରୀକ୍ଷା ଦିନ ମଧ୍ୟାହ୍ନ ୧୨ଟା ସମୟରେ ପ୍ରକାଶ ପାଇବ । ତା’ପରେ ସେହିଦିନ ଦ୍ୱିପ୍ରହର ୨ଟା ସମୟରେ କୋର୍ଟର ନ୍ୟୁ ବିଲଡିଂର ପ୍ରଥମ ମହଲାରେ ସାକ୍ଷାତକାର ନିଆଯିବ ।

ରେଜଲ୍ଟ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/203/

Get real time updates directly on you device, subscribe now.