fbpx

ବହୁତ ଜଲଦି ଦୃଷ୍ଟିଶକ୍ତି ହରାଇବେ ଆପଣଙ୍କ ପିଲା; ସେଥି ପାଇଁ ଦାୟି ହେବେ କେବଳ ଆପଣ ମାନେ!

ଅତି ଗେଲବସର ପିଲାକୁ କରାଇଦେବ ଅନ୍ଧ

ଓଡ଼ିଶା ଭାସ୍କର: ଯଦି ଆପଣଙ୍କ ପିଲାଙ୍କୁ ଆପଣ ମାନେ ଅନ୍ଧ ରୂପରେ ଦେଖିବାକୁ ଚାହୁଁ ନାହାଁନ୍ତି ତାହାଲେ ଆଗୁଆ ସଚେତନ ହୋଇଯାଆନ୍ତୁ । କାରଣ ଆପଣ ନିଜେହିଁ ଆପଣଙ୍କ ପିଲାଙ୍କର ଭବିଷ୍ୟତ ଅନ୍ଧାର କରିବାରେ ଦାୟି । ଆଜିର ଦୁନିଆ କ୍ଷିର ଖିଆ ଛାଡ଼ି ନଥିବା ପିଲାଙ୍କୁ ମୋବାଇଲ ଧରାଇ ଦେଉଛନ୍ତି ବାପା-ମାଆ । ପିଲା ହଇରାଣ କରୁଛି ବୋଲି ପିଲାଙ୍କ ହାତରେ ମୋବାଇଲକୁ ଧରାଇ ଦେଇ ନିଜ କାମ କରୁଛନ୍ତି । ଏହା ଏକ ସହଜ ଉପାୟ ହୋଇଥାଇ ପାରେ । ହେଲେ ଏଥିପାଇଁ ଆପଙ୍କର ପିଲା ଆଗକୁ ଅନ୍ଧ ହୋଇଯାଇପାରେ । ଆଖିକୁ ଠିକ ଭାବରେ କିଛି ଦେଖା ନଯାଇପାରେ । ଯାହାଫଳରେ ଭବିଷ୍ୟତ ପୁରା ଅନ୍ଧାର । ଆଉ ଏଥିପାଇଁ ଆପଣ ମାନେ ହିଁ ଦାୟି ରହିବେ ।

ଆଖି ଖରାପ ହେବାର ମୂଳ କାରଣ ହେଉଛି ମୋବାଇଲ । ଦିନକୁ ୫ରୁ ୬ ଘଣ୍ଟା ପିଲା ମାନେ କେବଳ ମୋବାଇଲରେ ସମୟ ବିତାଉଛନ୍ତି । ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ମୋବାଇଲରେ ହିଁ ଦିନ କଟୁଛି । ପିଲା ମାନଙ୍କୁ ବାପା-ମାଆ ଖେଳ-କୁଦରେ ସମୟ ବିତାଇବାକୁ ଅଭ୍ୟସ୍ତ କରାଉ ନାହାଁନ୍ତି । ପିଲା ନଖାଇଲା ନେ ମୋବାଇଲ ଦେଖ୍, ପିଲା ନ ଶୋଇଲେ ନେ ମୋବାଇଲ ଦେଖ୍, ପିଲା କାନ୍ଦିଲେ ନେ ମୋବାଇଲ ଦେଖ୍ । ସେଥିପାଇଁ ଏବେକାର ପିଲା ବିନା ଖାଇବାରେ ସିନା ରହିଯିବେ ହେଲେ ବିନା ମୋବାଇଲେ ରହିବା ଅସମ୍ଭବ । ଯାହାପାଇଁ ଶହେ ଜଣଙ୍କ ମଧ୍ୟରେ ୪୦ ଜଣଙ୍କ ଆଖି ଖରାପ ହେବାରେ ଲାଗିଛି । ଶିଶୁଙ୍କର ଦୃଷ୍ଟି ଶକ୍ତି ଅଚାନକ କମି ଯାଉଛି ।

ଯଦି ଆମେ ଅନୁଗୁଳ ଜିଲ୍ଲା କଥା କହିବା ତେବେ ଜିଲ୍ଲାରେ ବର୍ଷକ ମଧ୍ୟରେ ହଜାର ହଜାର ଶିଶୁଙ୍କର ଦୃଷ୍ଟି ଶକ୍ତି ଅଚାନକ ହ୍ରାସ ପାଇଛି । ଯାହା ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଯାହା ଡାକ୍ତରଙ୍କୁ ଦେଖାଇବା ପରେ ସେମାନଙ୍କର ଶମିପ ଦୃଷ୍ଟି ଓ ଦୂରଦୃଷ୍ଟି ଶକ୍ତି ଗଭିର ଭାବରେ ପ୍ରଭାବିତ ହୋଇଛି ବୋଳି ଜଣାପଡ଼ିଛି । ତେବେ ମୋବାଇଲକୁ ବେଶୀ ସମୟ ଦେଖିବା ଓ ପରିବେଶ ପ୍ରଦୂଷଣର ପ୍ରାଭବ କୁନି ପିଲାଙ୍କ ଉପରେ ସାଂଘାତିକ ପ୍ରାଭାବ ପକାଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯଦି ଅନୁଗୁଳ ଜିଲ୍ଲାରେ ସ୍ଥିତି ଏମିତି ତାହାଲେ ସାରା ରାଜ୍ୟରେ ସ୍ଥିତି କଣ ଥିବା ତାହା ଆପଣମାନେ ଆକଳନ କରିପାରୁ ଥିଲେ । ଏଭଳି ସ୍ଥିିତି ଲାଗି ରହିଲେ ଅଳ୍ପ ବର୍ଷ ଭିତରେ ଦୃଷ୍ଟି ଶକ୍ତି ହରାଇଥିବା ପିଲାଙ୍କ ସଂଖ୍ୟା ରାଜ୍ୟରେ ବହୁତ ମାତ୍ରାରେ ବଢିଯିବ ।

Get real time updates directly on you device, subscribe now.