fbpx

ବଡ଼ ଖବର; ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ସ୍ଥାନ ପାଇଲା ଓଡ଼ିଆ ଫିଲ୍ମ ‘ଦମନ’

ଭୁବନେଶ୍ୱର: ଓଲିଉଡ୍ ଜଗତକୁ ଗୋଟେ ନୂଆ ଦୀଶା ଦେଖାଇଛି ଓଡିଆ ଫିଲ୍ମ ଦମନ । ରିଲିଜ ହେବା ପରଠାରୁ ଏହା ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ପାଇଛି । ଅନେକ ଦର୍ଶକ ଏହି ଫିଲ୍ମର କାହାଣୀକୁ ଭଲ ପାଉଥିବା ବେଳେ ଏହା ଓଡ଼ିଆ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇଛି । ଏବେଯାଏଁ ଏହା ଦେଶର କୋଟି କୋଟି ଦର୍ଶକଙ୍କ ମନ ଜିଣି ସାରିଛି । ହେଲେ ବର୍ତ୍ତମାନ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ ବାବୁସାନଙ୍କ ଅଭିନୀତ ଫିଲ୍ମ ଦମନ ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ସ୍ଥାନ ପାଇଲା । ଯାହାକୁ ନେଇ ବାବୁସାନ ତାଙ୍କ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ରାଜ୍ୟବାହାରେ ରିଲିଜ ହେବା ପରଠାରୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା । ବଡ଼ବଡ଼ ବ୍ୟକ୍ତିମାନେ ଏହି ଫୁଲ୍ମର କାହାଣୀକୁ ଖୁବ ପ୍ରଶଂସା କରିଛନ୍ତି, ଯେପରିକି ଭାରତର ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କମଲ ହାସନ୍, ସିନେ ନିର୍ମାତା ଏସ୍.ଏସ୍. ରାଜମୌଲୀ,ଏବଂ ଅନ୍ୟମାନେ ମଧ୍ୟ ଏହି ଫିଲ୍ମକୁ ନେଇ ଚର୍ଚ୍ଚା କରିଥିବା ଜଣାପଡିଥିଲା ।

ତେବେ ଏହି ଭିଡିଓରେ ଭାରତର ବିଶିଷ୍ଟ କଳାକାର ମାନେ ସିନେମାର ନାଁ ନନେଇ କାହାଣୀ ବିଷୟରେ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅଭିନେତା କହିଛନ୍ତି ଯେ, ଓଡିଆରେ ଏକ ସିନେମା ଆସିଛି , ଯାହାର ନାଁ ଭୁଲିଯାଇଛି । କିନ୍ତୁ ମୁଁ ଶୁଣିବାକୁ ପାଇଛି ସେହି ଫିଲ୍ମକୁ ନେଇ ଢେର ସାରା ଚର୍ଚ୍ଚା ଏବଂ ଆଲୋଚନା ହେଉଛି । ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ସ୍ଥାନ ପାଇବା ପରେ ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ଏକ ଖୁସିର ଲହରୀ ଖେଳାଇ ଦେଇଛି ।

Get real time updates directly on you device, subscribe now.