fbpx

ବଡବାପାଙ୍କ ଅନ୍ତିମ ସଂସ୍କାରରେ ଯିବାକୁ ହେମନ୍ତ ସୋରେନଙ୍କୁ ମିଳିଲାନି ଅନୁମତି, କୋର୍ଟ ଖାରଜ କଲେ ଯାଚିକା

ରାଞ୍ଚି: ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଲାଗିଲା ବଡ ଝଟକା । ରାଞ୍ଚିର ସ୍ୱତନ୍ତ୍ର PMLA କୋର୍ଟ ଜମି ଘୋଟାଲା ମାମଲାରେ ସୋରେନ୍‌ଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି । ସୋରେନ୍ ନିଜ ଚାଚାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ କୋର୍ଟଙ୍କ ଠାରୁ ୧୩ ଦିନିଆ ଅନ୍ତରୀଣ ଜାମିନ ମାଗିଥିଲେ । ସେ କୋର୍ଟକୁ କହିଥିଲେ କି ତାଙ୍କ ବାପାଙ୍କ ବଡଭାଇଙ୍କର ଦେହାନ୍ତ ହୋଇଯାଇଛି ଓ ସେ ତାଙ୍କ ଶୁଦ୍ଧି କ୍ରିୟାରେ ଭାଗ ନେବାକୁ ଅନ୍ତରୀଣ ଜାମିନ ଚାହୁଁଛନ୍ତି । ଏହି ମାମଲାରେ ଶୁଣାଣୀ ପରେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ।
ଗତ ଶନିବାର ହେମନ୍ତ ସୋରେନଙ୍କ ବଡ ବାପା ରାମ ସୋରେନଙ୍କ ଦେହାନ୍ତ ହୋଇଯାଇଛି । ସେ ରାଞ୍ଚିରେ ରହୁଥିଲେ ଓ ଦୀର୍ଘ ସମୟ ଧରି ରୋଗରେ ପୀଡିତ ଥିଲେ ।

Get real time updates directly on you device, subscribe now.