fbpx

ଆର୍ଚେରୀ ବିଶ୍ୱକପରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ: ଫାଇନାଲରେ ଜିତିଲେ ଜ୍ୟୋତି ଭେନ୍ନାମ

ନୂଆଦିଲ୍ଲୀ: ଚୀନର ସଂଘାଈ ଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପରେ ଭାରତ ଆଜି ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ଜ୍ୟୋତି ସୁରେଖା ଭେନ୍ନାମ ଫାଇନାଲରେ ମେକ୍ସିକୋର ଆଣ୍ଡ୍ରିଆ ବେସେରାଙ୍କୁ ପରାସ୍ତ କରିଛନ୍ତି । ଏଥିସହିତ ଭାରତୀୟ ମହିଳା କମ୍ପାଉଣ୍ଡ ଆର୍ଚେରୀ ଟିମ୍ ପରନୀତ କୌର, ଅଦୀତି ସ୍ୱାମୀ ଓ ଜ୍ୟୋତି ସୁରେଖା ଭେନ୍ନାମ ପ୍ରତିପକ୍ଷ ଇଟାଲୀୟ ଟିମକୁ ୨୩୬-୨୨୫ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିପରି ଏହା ପୂର୍ବରୁ ଆଜି ଭାରତର କମ୍ପାଉଣ୍ଡ ମିକ୍ସଡ ଟିମ୍ ଆର୍ଚେରୀ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଫାଇନାଲରେ ଭାରତୀୟ ଯୋଡ଼ି ଜ୍ୟୋତି ଭେନ୍ନାମ ଓ ଅଭିଷେକ ବର୍ମା ଇଷ୍ଟୋନିଆର ଟିମକୁ ୧୫୮-୧୫୭ରେ ପରାସ୍ତ କରିଥିଲେ । ସେହିପରି ପୁରୁଷ ଟିମ୍ ଇଭେଣ୍ଟରେ ଭାରତର ଅଭିଷେକ, ପ୍ରଥମେଶ ଓ ପ୍ରିୟାଂଶ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପକ୍ଷରେ ପୁରୁଷ ଇଣ୍ଡିଭିଜୁଆଲ ଇଭେଣ୍ଟରେ ପ୍ରିୟାଂଶ ରୌପ୍ୟ ପଦକ ଜିତିଥିଲେ ।

Get real time updates directly on you device, subscribe now.