fbpx
BSKY
BJD SHG SKY
BJD MC SKY

ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର, ଜାଣନ୍ତୁ କ’ଣ ମିଳିବ ଫାଇଦା

ଓଡ଼ିଶା ଭାସ୍କର: ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍‌ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍‌୨୪ ସିରିଜ୍ ଫୋନ୍‌ରେ ଆସିଥିଲା ଓ ପରେ ଏହି ଫିଚର ଆଉ କିଛି ସାମସଙ୍ଗ ମଡେଲ୍ ଓ ପିକ୍ସେଲ ଫୋନ୍‌ରେ ଉପଲବ୍ଧ ହୋଇଥିଲା । ଏହି ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ବାଲା ଫିଚର ୟୁଜର୍ସଙ୍କୁ ସ୍କ୍ରିନ୍‌ରେ କୌଣସି ବି ଜିନିଷକୁ ଗୋଲ୍ ଘୁରାଇ ସର୍ଚ୍ଚ କରିବାକୁ ସୁବିଧା ଦେଇଥାଏ । ଉଦାହରଣ ସ୍ୱରୂପ ଆପଣ କୌଣସି ୱେବ ପେଜ୍‌ରେ ଟେକ୍ସଟ୍‌କୁ ଗୋଲ୍ ବୁଲାଇ ସର୍ଚ୍ଚ କରିପାରିବେ କିମ୍ବା କୌଣସି ଇମେଜ୍‌କୁ ସର୍କଲ କରି ତାହା ବିଷୟରେ ସୂଚନା ହାସଲ କରିପାରିବେ ।

ଏ ପର୍ଯ୍ୟନ୍ତ ଗୁଗଲ କ୍ରୋମରେ ଆପଣ କୌଣସି ୱେବପେଜ୍‌ରେ ଟେକ୍ସଟ୍ କିମ୍ବା ଇମେଜ୍‌କୁ ଚୟନ କରି ସେ ବିଷୟରେ ଅଧିକ ତଥ୍ୟ ଖୋଜି ପାରୁଥିଲେ । କିନ୍ତୁ ଏବେ ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଏକ ନୂଆ ଅପଡେଟ୍ ଆଣୁଛି । ଏହି ଅପଡେଟ୍ ଲେନ୍ସ ଫିଚରକୁ ଆହୁରି ଉନ୍ନତ କରିବ । ଏହି ‘ସର୍କଲ ଟୁ ସର୍ଚ୍ଚ ଫିଚର’ ବ୍ୟବହାର କରିବା ଦ୍ୱାରା କ୍ରୋମ୍ ବ୍ରାଉଜରର ଗୁଗଲ ଲେନ୍ସ ଖୋଲିବା ମାତ୍ରେ ନୂଆ ଆନିମେସନ ନଜର ଆସିବ । ଏହି ଆନିମେସନ ଆପଣଙ୍କୁ ସ୍କ୍ରିନ୍‌ରେ କୌଣସି ଇମେଜ୍ ବା ଟେକ୍ସଟ୍‌କୁ ବୃତ୍ତାକାରରେ ଘୁରାଇ ସୂଚନା ହାସଲ କରିବାରେ ସହାୟକ ହେବ । ଏଠାରେ ସୂଚାଇ ଦିଆଯାଇପାରେ କି ଗୁଗଲ ଲେନ୍ସରେ ପୂର୍ବରୁ ବି କିଛି ପରିବର୍ତ୍ତନ କରାଯାଇଛି । ଯେପରିକି ସ୍କ୍ରିନସଟ୍‌କୁ ବ୍ଲର କରିବାର ସୁବିଧା ଓ କ୍ରସରକୁ ଟ୍ରାକ୍ କରୁଥିବା ଲେନ୍ସ ଆଇକନ୍ ।

Get real time updates directly on you device, subscribe now.