fbpx
BJD
BJD SKY
BJD SKY

(Video) ସଇତାନ ସଜାଇଲା ଅନଲାଇନ ଜୁଆ ଖେଳ; କାର ଭିତରେ ଚାଲିଗଲେ ପୁରା ପରିବାର…

ଝାରସୁଗୁଡ଼ା: କାର ଭିତରେ କେମିତି ହୋଇଥିଲା ବାପା ମା’ ଓ ୧୨ ବର୍ଷ ଝିଅ ମୃତ୍ୟୁ ଏବେ ସାମ୍ନାକୁ ଆସିଲା ଘଟଣାର ସତ । ଆଉ ଏ ଘଟଣା ଶୁଣିଲେ ଆପଣଙ୍କ ଲୋମମୂଳ ଠାଙ୍କୁରୀ ଉଠିବ । ୪ଲକ୍ଷ ୨୦ ହଜାର ଟଙ୍କା ପାଇଁ ଏହି କଳା ରଙ୍ଗର କାର ଭିତରେ ସ୍ତ୍ରୀ ଓ ଝିଅର ଆଖିରେ ପଟି ବାନ୍ଧିଲେ ସ୍ୱାମୀ ସୁଜିତ, ସ୍ତ୍ରୀ ଆଉ ଝିଅ ଭାବିଥିଲେ କିଛି ସରପ୍ରାଇଜ୍ ଦେବେ ବୋଲି । କିନ୍ତୁ କିଏ ବା ଜାଣିଥିଲା ଗିଫ୍ଟ ଦେବା ବଦଳରେ ସବୁ ଦିନ ପାଇଁ ଜୀବନ ଦୀପ ଲିଭାଇଦେବେ ବୋଲି । ୪ ଲକ୍ଷ ଟଙ୍କା ପାଇଁ କାର ଷ୍ଟାର୍ଟରେ ରଖି ଏସି ଲଗାଇ ସ୍ତ୍ରୀ ଆଖିରେ ପଟି ବାନ୍ଧି ପ୍ରଥମେ ସ୍ତ୍ରୀକୁ ଗୁଳି କରିବା ପରେ ୧୨ ବର୍ଷର କୁନି ଝିଅ ଆଖିରେ ବି ପଟି ବାନ୍ଧି ଗୁଳି କରିଦେଲା ବାପା । ଏହା ପରେ ନିଜେ ନିଜକୁ ଗୁଳି କରି ଜୀବନ ହାରିଦେଲେ ସ୍ୱାମୀ ସୁଜିତ । ସ୍ତ୍ରୀ ଓ ଝିଅକୁ ବୁଲାଇବାକୁ ଯାଉଥିଲେ ସ୍ୱାମୀ କାର ଚଳାଉଥିଲେ ଆଉ ସ୍ତ୍ରୀ ଓ ଝିଅ ବେଶ ଖୁସିଥିଲେ । କିନ୍ତୁ ତାଙ୍କ ଖୁସି କ୍ଷଣିକା ମାତ୍ର ଧୂଳିସାଧ ହୋଇଗଲ ।

ଅନଲାଇନ୍‌ର ବିଭିନ୍ନ ଆପରେ ବେଟିଂ ଲଗାଇଥିଲେ ସୁଜିତ, କିନ୍ତୁ ଚଳିତ ମାସରେ ତାଙ୍କର ଲକ୍ଷାଧିକ ଟଙ୍କା ଲସ ହେବାରୁ ଚିନ୍ତାରେ ରହୁଥିଲେ । ଗତକାଲି ସ୍ତ୍ରୀ ଓ ଝିଅକୁ ନେଇ ବୁଲିବାକୁ ଯାଇଥିଲେ ସୁଜିତ୍ । କାର ଭିତରେ ମା’ ଓ ଝିଅର ମୁଣ୍ଡକୁ ଗୁଳି କରି ନିଜ ମୁଣ୍ଡରେ ଫୁଟାଇଦେଲେ ସୁଜିତ । ଯାହା ଫଳରେ ବାପା ମା’ ଓ ୧୨ ବର୍ଷ ଝିଅ ହୋଇଗଲା ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବାଣୀପାହାଡ଼ ନିକଟରେ । ତେବେ ମୃତକ ହେଲେ ପଶ୍ଚିମବଙ୍ଗ ଅଚଂଳର ହୋଇଥିବା ବେଳେ ଓରିଏଣ୍ଟ ଥାନା କାଳୀନଗରର ଭଡ଼ା ଘରେ ରହୁଥିଲେ ସୁଜିତ । ଏହି କାଳ ରଙ୍ଗର କାର ଭିତରେ ଏଭଳି ଫାରିଂଙ୍ଗ କରିଛି ସ୍ୱାମୀ ସୁଜିତ ମୁଣ୍ଡରେ ପଶି କାର କାଚ ଭାଙ୍ଗି ବାହାରକୁ ବାହାରିଆସିଛି । ଯାହାର ଦୃଶ୍ୟ ଆପଣମାନେ ଦେଖିପାରୁଥିବେ । ଆଉ ସମସ୍ତଙ୍କ ମୁଣ୍ଡରେ ଗୁଳି ଚିହ୍ନ ଥିବା ଜଣାପଡିଛି ।

ସୂଚନାରୁ ଜଣାପଡିଛି ଯେ ସୁଜିତ ରଏଙ୍କ ବାପା ବ୍ରଜରାଜନଗର ସ୍ଥିତ ଗଉଖରେ ଚାକିରୀ କରୁଥିବା ବେଳେ ଅବସର ନେଇ ପଶ୍ଚିମବଙ୍ଗ ସ୍ଥିତ କୋଲକତାରେ ରହୁଥିବା ବେଳେ ବଡ଼ ଭାଇ ସ୍ପାଇସ ଜେଟରେ ଚାକିରୀ କରୁଛନ୍ତି । ସୁଜିତ ପ୍ରଥମେ ଟିଉସନ କରି ପରିବାର ଚଳାଉଥିଲେ, ବର୍ତ୍ତମାନ ସେ ଝାରସୁଗୁଡା ବେଦାନ୍ତ କମ୍ପାନୀରେ ଚାକିରୀ କରି ଭଲ ଦୁଇପାଇସା ରୋଜଗାର କରୁଥିବା ବେଳେ ଆଜି ଏହି କାରରେ ଏକା ସାଙ୍ଗରେ ମରିଗଲେ ବାପା ମା’ ଓ ଝିଅ । ଅନଲଆଇନ ବେଟିଂ ରେ ଟଙ୍କା ଲଗାଇ କ୍ଷତି ହେବାରୁ ଶେଷରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଗଲା । ନିଜ ସ୍ତ୍ରୀ ଏବଂ ଛୁଆକୁ ଗୁଳି କରିବା ପରେ ନିଜେ ନିଜକୁ ଗୁଳି କରି ଜୀବନ ହାରିଦେଇଥିବା ଝାରସୁଗୁଡା ଝଚ ସୂଚନା ଦେଇଛନ୍ତି ।  ତେବେ ଏହିଭଳି ଅନଲଆଇନ ବେଟିଂ ରୁ ଆଜିର ଯୁବପିଢ଼ି ନିବୃତ ରୁହନ୍ତୁ ବୋଲି ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ ଲାଲ ନିବେଦନ କରିଛନ୍ତି । ଆଉ ଆଜି ଅନଲାଇନ୍ ବେଟିଂପାଇଁ ସ୍ତ୍ରୀ ଓ ଝିଅକୁ ଗୁଳି କରି ନିଜେ ଜୀବନ ହାରିଦେଲେ ସ୍ୱାମୀ ସୁଜିତ ରାୟ ।

Get real time updates directly on you device, subscribe now.