fbpx
BJD
BJD SKY
BJD SKY

ଭାରତରେ କମୁଛି ହିନ୍ଦୁ ଜନସଂଖ୍ୟା, ବୃଦ୍ଧି ପାଉଛି ମୁସଲିମ ପପୁଲେସନ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଭାରତରେ ହିନ୍ଦୁମାନଙ୍କ ଜନସଂଖ୍ୟା ହ୍ରାସ ପାଇବା ଦେଖିବାକୁ ମିଳିଛି । ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତରେ ହିନ୍ଦୁମାନଙ୍କ ଜନସଂଖ୍ୟାରେ ୭.୮ ପ୍ରତିଶତ ହ୍ରାସ ପାଇବା ଦେଖାଯାଇଛି । ଅନ୍ୟ ପକ୍ଷରେ ମୁସଲାମାନଙ୍କ ଜନସଂଖ୍ୟାରେ ୪୩ ପ୍ରତି ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଆର୍ଥିକ ପରାମର୍ଶଦାତା ପରିଷଦର ରିପୋର୍ଟରେ ଏହା ଖୁଲାସା ହୋଇଛି । ରିପୋର୍ଟ ମୁତାବକ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ହିନ୍ଦୁମାନଙ୍କ ଜନସଂଖ୍ୟା ଇକ୍ୱିଟୀରେ ୧୯୫୦ ଏବଂ ୨୦୧୫ ଏବଂ ୨୦୧୫ ମଧ୍ୟରେ ୭.୮ ପ୍ରତିଶତ ଦ୍ରୁତଗତିରେ ହ୍ରାସ ପାଇଛି । ଯେତେବେଳେ ପଡୋଶୀ ଦେଶର ଜନସଂଖ୍ୟା ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଆର୍ଥିକ ପରାମର୍ଶଦାତା ପରିଷଦର ରିପୋର୍ଟ ଦୁନିଆର ୧୬୭ ଦେଶର ଧାରାକୁ ଅଧ୍ୟୟନ କରିଛି ।

ଋିପୋର୍ଟ ମୁତାବକ, ଭାରତରେ ଅଧିକାଂଶ ଜନସଂଖ୍ୟା ହ୍ରାସ ପାଇଛି । ସେହିଭଳି ମୁସଲିମ, ଇସାଇ, ବୌଦ୍ଧ ଏବଂ ଶିଖ ସମେତ ଅନ୍ୟ ସଂଖ୍ୟାଲଗୁ ସଂପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଇଛି । ଜୈନ ଏବଂ ପରାସୀମାନଙ୍କ ସଂଖ୍ୟା କମିଛି । ୧୯୫୦ ଏବଂ ୨୦୧୫ ମଧ୍ୟରେ ଜନସଂଖ୍ୟାରେ ଭାରତରେ ମୁସଲିମ ଜନସଂଖ୍ୟାରେ ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଇସାଇମାନଙ୍କ ୫.୩୮ ପ୍ରତିଶତ, ଶିଖରେ ୬.୫୮ ପ୍ରତିଶତ ଏବଂ ବୌଦ୍ଧରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଆର୍ଥିକ ପରାମର୍ଶଦାତା ପରିଷଦ ୧୯୫୦ ଏବଂ ୨୦୧୫ ମଧ୍ୟରେ ଅର୍ଥାତ ୬୫ ବର୍ଷରେ ଜନସଂଖ୍ୟାରେ ପରିବର୍ତ୍ତନ ହୋଇଥିବା ଅଧ୍ୟୟନ କରାଯାଇଛି ।

ଇଣ୍ଡିଆ ଟୁଡେ ମୁତାବକ, ଇଏସି-ପିଏମ ଅର୍ଥାତ ପ୍ରଧାନମନ୍ତ୍ରୀ ଆର୍ଥିକ ପରାମର୍ଶଦାତା ପରିଷଦର ରିପୋର୍ଟ ଅନୁଯାୟୀ, ଭାରତର ଜନସଂଖ୍ୟାରେ ହିନ୍ଦୁମାନଙ୍କ ଭାଗୀଦାରୀ ୧୯୫୦ ରେ ୮୪ ପ୍ରତିଶତ କମି ୨୦୧୫ରେ ୭୮ ପ୍ରତିଶତ ହୋଇଯାଇଥିଲା । ଯେଉଁଥିରେ ମୁସଲମାନଙ୍କ ଭାଗୀଦାରୀ ୯.୮୯୪ ପ୍ରତିଶତ ବଢି ୧୪.୦୯ ପ୍ରତିଶତ ହୋଇଯାଇଥିଲା । ଭାରତରେ ବହୁସଂଖ୍ୟକ ଜନସଂଖ୍ୟାରେ ୧୦ ପ୍ରତିଶତ ହ୍ରାସ ପାଇବା ଦେଖାଦେଇଛି । ଭାରତ ପରି ପଡୋଶୀ ଦେଶ ମିଆଁମାରରେ ହିନ୍ଦୁମାନଙ୍କର ଜନସଂଖ୍ୟା ୧୦ ପ୍ରତିଶତ କମିବା ଦେଖାଦେଇଛି । ନେପାଳରେ ୧୦ ପ୍ରତିଶତ କମି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଯେଉଁଠାରେ ହିନ୍ଦୁମାନଙ୍କ ସଂଖ୍ୟା ୩.୬ ପ୍ରତିଶତ ହ୍ରାସ ପାଇଛି ।

Get real time updates directly on you device, subscribe now.