fbpx
BJD
BJD SKY
BJD SKY

Moon-Express : ଚନ୍ଦ୍ରରେ ଟ୍ରେନ୍ ଚଲାଇବ ନାସା, ଏହି ବଡ ପ୍ରୋଜେକ୍ଟ ଉପରେ ଆରମ୍ଭ କରିଦେଇଛି କାମ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଚନ୍ଦ୍ରରେ ଅସମ୍ଭବ ପ୍ରକାର ପ୍ରୋଜେକ୍ଟ ସଫଳ ହୋଇଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଚନ୍ଦ୍ରଯାନ ୩ର ଅବତରଣ କରାଇ ଏହାର ସବୁଠାରୁ ବଡ ଉଦାହରଣ ଉପସ୍ଥାପନ କରିଛି । ଗତ କିଛି ବର୍ଷ ହେବ ଚନ୍ଦ୍ରରେ ବିଭିନ୍ନ ଦେଶର କାର୍ଯ୍ୟକ୍ରମ ବୃଦ୍ଧି ପାଇଛି । ଏବେ ଆମେରିକାର ମହାକାଶ ସଂସ୍ଥା ନାସା ଚନ୍ଦ୍ରରେ ଏକ ଅସମ୍ଭବ ମିଶନ ପୁରା କରିବାରେ ଲାଗିଛି । ଯଦି ଏହି ମିଶନରେ ନାସା ସଫଳ ହେଲା ତେବେ ଚନ୍ଦ୍ର ପୃଷ୍ଠରେ ମାନବର ବିଚରଣ ସମ୍ଭବ ହୋଇପାରିବ । ନାସା ଚନ୍ଦ୍ରପୃଷ୍ଠରେ ରେଳ ଲାଇନ୍ ବିଛାଇବା କାମ ଆରମ୍ଭ କରିଛି । ନାସାର ଏହି ଚନ୍ଦ୍ରମା ମିଶନ ଏକ୍ସପ୍ରେସ୍ ଏବେ କେତେ ଦୂରରେ ପହଞ୍ଚିଛି ଆସନ୍ତୁ ଜାଣିବା ।

ନାସା ଚନ୍ଦ୍ରରେ ଟ୍ରେନ୍ ଚଳାଚଳକୁ ସମ୍ଭବ କରିବା ଦିଗରେ କାମ ଆରମ୍ଭ କରିଛି । ତେବେ ନାସାର ଏହି ପ୍ରୋଜେକ୍ଟ କୌଣସି ସାଇନ୍ସ ଫିକ୍ସନ ଫିଲ୍ମ ପରି ମନେ ହେଉଛି । କିନ୍ତୁ ନାସା ଦୃଢତାର ସହ କହିଛି କି ଆଗାମୀ କେଇ ଦଶକ ଭିତରେ ସେ ଏହା ସମ୍ଭବ କରି ଦେଖାଇବ । ଏବେ ନାସା ଟିମ୍ ଚନ୍ଦ୍ରପୃଷ୍ଠରେ ରେଳଲାଇନ୍ ବିଛାଇବା ଲାଗି ଫଣ୍ଡ ଯୋଗାଡ କରୁଛି ।

ନାସାର ବୈଜ୍ଞାନିକ ଜନ୍ ନେଲସନ୍ ଏହାକୁ ବିଜ୍ଞାନର ଚମତ୍କାର ବୋଲି କହିଛନ୍ତି । ସେ କହିଛନ୍ତି ଏହି ମିଶନ ସଫଳ ହେବାର କୌଣସି ଗ୍ୟାରେଣ୍ଟି ନ ଥିଲେ ବି ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ରେଳ ପରିଯୋଜନା କୌଣସି ଏକ ଦିନ ଏରୋସ୍ପେସ୍ ମିଶନର ଏକ ଅଂଶ ପାଲଟିଯିବ । ଏହି ପ୍ରୋଜେକ୍ଟରେ ଚନ୍ଦ୍ରରେ ରେଳ ଲାଇନ୍ ବିଛାଇବା ସହ ମଙ୍ଗଳ ଗ୍ରହକୁ ମାନବ ଓ ମାଲ୍ ପରିବହନ ଲାଗି ଅତ୍ୟାଧୁନିକ ପ୍ରଣାଳୀ ବିକଶିତ କରାଯିବ ।

Get real time updates directly on you device, subscribe now.