fbpx
BJD
BJD SKY
BJD SKY

ନାମାଙ୍କନ ଦାଖଲ କଲେ ଅରିନ୍ଦମ ରାୟ, ନାମାଙ୍କନ ଦାଖଲ ପୂର୍ବରୁ କଟକର ଚଣ୍ଡୀମନ୍ଦିର ଯାଇ ନେଇଥିଲେ ମା’ଙ୍କ ଆଶୀର୍ବାଦ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଓଲିଉଡ଼ ଅଭିନେତା ତଥା ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗୁରୁବାର ଏକ ବିରାଟ ଶୋଭାଯାତ୍ରା କରି କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅରିନ୍ଦମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ସୂଚନାଯୋଗ୍ୟ, ବିଜେପି ସାଲେପୁର ବିଧାୟକ ଭାବେ ଅରିନ୍ଦମଙ୍କୁ ପ୍ରାର୍ଥୀ କରିବା ପରେ ସେ କହିଥିଲେ, ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି । ନିଶ୍ଚିତ ଭାବେ ମୁଁ କାମ କରିବି । ପ୍ରତ୍ୟେକ ଲୋକଙ୍କୁ ଚିହ୍ନିବି । ଯେଉଁ ସମୟରେ ଖୋଜିବେ ଲୋକଙ୍କ ପାଖରେ ନିଶ୍ଚିତ ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅରିନ୍ଦମ । ପ୍ରଥମେ ଲୋକମାନଙ୍କୁ ଭେଟି ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ’ଣ କାମ କରିବି ତାହା ନିଷ୍ପତ୍ତି ନେବି । ସାଲେପୁରବାସୀ ବିଜେଡି ଗଡ଼କୁ ଭାଙ୍ଗିବେ। ଏଥର ବିଜେପିର ଉଭୟ ‌ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ଜିତିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.