fbpx
BJD
BJD SKY
BJD SKY

ରବିନ୍ଦ୍ରନଙ୍କ BYJU’Sକୁ ବଞ୍ଚାଇବା ପାଇଁ କରାଗଲା ୩.୦ ପ୍ଲାନ, ଜାଣନ୍ତୁ କ’ଣ ରହିଛି ନୂଆ

ନୂଆଦିଲ୍ଲୀ: ଆଡଟେକ ଫାର୍ମ BYJU’S ଲଗାତାର ଅସୁବିଧା ପରିସ୍ଥିତି ଦେଇ ଗତି କରୁଛି । ତେବେ ବର୍ତ୍ତମାନ କମ୍ପାନୀ ନିଜ ଅଫର୍ସରେ ମୂଲ୍ୟ ହ୍ରାସ କରିଛି । ମିଡିଆ ରିପୋର୍ଟସ ମୁତାବକ BYJU’S ଲର୍ଣ୍ଣିଂ ଆପ ପାଇଁ ବର୍ତ୍ତମାନ ବାର୍ଷୀକ ମେମ୍ବରସିପ୍ ଫିସ ୧୨,୦୦୦ ଟଙ୍କା ରଖାଯାଇଛି । ସେହିପରି ବାର୍ଷିକ କ୍ଲାସେସ ଏବଂ BYJU’S ଟ୍ୟୁସନ ସେଣ୍ଟର୍ସର ମୂଲ୍ୟ ୨୪ ହଜାର ଟଙ୍କା ଏବଂ ୩୬ ହଜାର ଟଙ୍କା ରଖିଛି ।

ଏଡୁଟେକ କମ୍ପାନୀ BYJU’S ର କୋ-ଫାଉଣ୍ଡର ରବିନ୍ଦ୍ରନ କମ୍ପାନୀ ପାଇଁ ନୂଆ ପ୍ଲାନ କରିଛନ୍ତି । ସେ କମ୍ପାନୀର ୧୫୦୦ ରୁ ଅଧିକ ସେଲ୍ସ ସହଯୋଗୀମାନଙ୍କ ସହ ଏବଂ ମ୍ୟାନେଜରଙ୍କ ସହ ମିଟିଙ୍ଗ କରିଛନ୍ତି । ଏଥିରେ ସେ ସଷ୍ଟେନେବଲ ଏବଂ ସ୍କେଲେବଲ ମଡେଲର କଥା କହିଥିଲେ । ଏଥିରେ ସେଲ୍ସ ଟିମକୁ ମଜବୁତ କରିବାର କ୍ୱାଲିଟୀ ଏଜୁକେସନକୁ ଅଧିକ ଲୋକଙ୍କଙ୍କ ପାଖରେ ପହଁଚାଇବାର କଥା କହିଥିଲେ । ଚଳିତ ବର୍ଷ ସେ ୫୦ ହଜାର ଲୋକଙ୍କର ମଜବୁତ ସେଲ୍ସ ଟିମ ତିଆରି ପାଇଁ କହିଥିଲେ ।

ସେ କହିଛନ୍ତି ଯେ, ବାୟଜୁସ ୩.୦କୁ ଲାଗୁ କରାଯିବ, ଯେଉଁଥିରେ କମ୍ପାନୀ ପୁଣି ଥରେ ଟ୍ରାକରେ ଆସିବ । ସେଲ୍ସର ଦରମା ମାସିକ ୪୦ ହଜାର ଟଙ୍କା ହେବ । ନିଜ ସେଲ୍ସର ଟାର୍ଗେଟକୁ ଆର୍ଚିବ କରି ସେଲ୍ସ ପର୍ସନ ଏତିକି ଦରମା ବ୍ୟତୀତ ଇଂସେଟିଭ ପାଇପାରିବେ । ଏହି ନୂଆ ମଡେଲରେ କର୍ମଚାରୀ ସିଟିସି ରେ ଅଧିକ ଦରମା ପାଇପାରିବ । ଅର୍ଥାତ ସେଲ୍ସ ଷ୍ଟକକୁ ପ୍ରତି ସପ୍ତାହର ରାଜସ୍ୱକୁ ସଂଯୋଗ କରୁଥିବା ନୂଆ ପଲିସି ନେଇ ଆସୁଛନ୍ତି । ବର୍ତ୍ତମାନ କମ୍ପାନୀ ପ୍ରତି ସପ୍ତାହରେ କର୍ମଚାରୀମାନଙ୍କ ଦରମାର ପେମେଣ୍ଟ କରିବ ।

Get real time updates directly on you device, subscribe now.