fbpx
BSKY
BJD SHG SKY
BJD YOUTH SKY

ବିଜେପି ସରକାର ଆସିଲେ ସ୍କୁଲରେ ମିଳିବ ମିଡ୍ ଡେ ମିଲ୍ ସହ ଜଳଖିଆ: ସାମ୍ବାଦିକ ସମ୍ମିଳନୀରେ କହିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ରାଜ୍ୟରେ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏନେଇ ତ୍ରିମୁଖୀ ଲଢ଼େଇକୁ ନେଇ ପ୍ରତିଦ୍ୱନ୍ଦ୍ୱିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ଦଳୀୟ ପ୍ରମୁଖମାନେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କସରତ ଜାରି ରଖିଛନ୍ତି ।ଏଥିମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ କରିଥିଲେ । ଏହି ସମ୍ମିଳନୀରେ ସେ ବିଜେପି ସରକାର କ୍ଷମତାକୁ ଆସିବା ପରେ କେଉଁ ସବୁ ଯୋଜନା ଆରମ୍ଭ ହେବ ତା’ ଉପରେ ଆଲୋକପାତ କରିଥିଲେ ।

ସାମ୍ବାଦିକ ସମ୍ବିଳନୀରେ ଅପରାଜିତା କହିଥିଲେ ଯେ ବିଜେପି ସରକାର କ୍ଷମତାକୁ ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଆପୁର୍ତ୍ତି ଯୋଜନା ଆରମ୍ଭ ହେବ । ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡି଼ଶାରେ ୩ଟି କ୍ୟାନସର ହସ୍ପିଟାଲ, ସୁଗାର ମିଲ ଏବଂ ୩ ଟି ଟେକ୍ସଟାଇଲ ମିଲ ଆଉ ୭ ଟା ସ୍ପିନି ମିଲ ଖୋଲିବ । ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡିଶାକୁ ଆଣିବ ବିଜେପି । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ସହ ଗର୍ଭବତୀ ମହିଳାଙ୍କୁ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ ସୁଗମ ଯୋଜନା ଆରମ୍ଭ କରାଯିବ । ୧୮ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା । ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା ୧୨୦୦୦ ଓ ହେଲପରଙ୍କ ଦରମା ୮୦୦୦ କୁ ବଢାଯିବ । ‘ମୁଁ ମେଧାବୀ ଝିଅ’ ଯୋଜନା ଅନ୍ତର୍ଗତ ଝିଅ ଜନ୍ମ ହେଲେ ୨ ଲକ୍ଷ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ୫୦ ହଜାରର କ୍ୟାସ ଭାଉଚର ମହିଳାଙ୍କୁ ଦେବ ବିଜେପି ସରକାର । ତେବେ ବାସ୍ତବତାରେ ଏହା କେତେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.