fbpx
BJD
BJD SKY
BJD SKY

ମାତ୍ର ୩ ନମ୍ବର କମିଯିବାରୁ ଟପ୍ପର ହୋଇପାରିଲେନି ଛାତ୍ରୀ, ନେଲେ ଏହି ଚରମ ପଦକ୍ଷେପ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରୁ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ୬୦୦ରୁ ୫୭୨ ମାର୍କ ହାସଲ କରିବା ପରେ ବି ଜଣେ ଛାତ୍ରୀ ଚରମ ପଦକ୍ଷେପ ନେଇଛନ୍ତି । କୁହାଯାଉଛି ମାତ୍ର ୩ ମାର୍କ କମ୍ ହେବାରୁ ସେ ସ୍କୁଲ ଟପ୍ପର ହୋଇପାରି ନ ଥିଲେ । ଏହି ସ୍ୱପ୍ନ ପୂରଣ କରି ନ ପାରିବାରୁ ଛାତ୍ରୀ ଜଣକ ଜୀବନ ହାରି ଦେଇଛନ୍ତି । ଛାତ୍ରୀଙ୍କ ଏପରି ପଦକ୍ଷେପରେ ପରିବାରରେ ଶୋକର ବାତାବରଣ ଖେଳିଯାଇଛି । କିନ୍ତୁ ପରିବାର ଲୋକେ ଏହି ଘଟଣା ବିଷୟରେ ପୋଲିସକୁ କୌଣସି ସୂଚନା ନ ଦେଇ ଅନ୍ତିମ ସଂସ୍କାର କରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜାଫରଗଞ୍ଜ ଥାନା ଅଞ୍ଚଳର ପାଣ୍ଡେୟପୁର ଗାଁରେ ରହୁଥିବା ଯୋଗେନ୍ଦ୍ର ସିଂହଙ୍କ ୧୬ ବର୍ଷୀୟା କନ୍ୟା ସାକ୍ଷୀ ଦଶମ ଶ୍ରେଣୀ ଛାତ୍ରୀ ଥିଲେ । ସେ କୃଷ୍ଣା ଇଣ୍ଟର କଲେଜ୍ ଫିରୋଜପୁରରେ ପଢୁଥିଲେ । ଏପ୍ରିଲ ୨୦ ତାରିଖରେ ହାଇସ୍କୁଲ ପରୀକ୍ଷା ଫଳ ସାମ୍ନାକୁ ଆସିଥିଲା । ଏଥିରେ ସେ ୬୦୦ରୁ ୫୭୨ ନମ୍ବର ଅର୍ଥାତ୍ ୯୫.୩% ମାର୍କ ରଖିଥିଲେ । ସ୍କୁଲ ପକ୍ଷରୁ ତାଙ୍କୁ ସମ୍ମାନୀତ ବି କରାଯାଇଥିଲା । କିନ୍ତୁ ଟପ୍ପର ହୋଇପାରି ନ ଥିବାରୁ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.