fbpx
BJD
BJD SKY
BJD SKY

ରୁବେଲା ଭାଇରସ୍‌କୁ ନେଇ ଏପରି କହିଲେ ସ୍ୱାସ୍ଥ୍ୟ ସଚିବ, ଗର୍ଭବତୀଙ୍କୁ ସତର୍କ ରହିବାକୁ ଦେଲେ ବିଶେଷ ପରାମର୍ଶ

ଭୁବନେଶ୍ୱର:ଏବେ ରାଜ୍ୟରେ ରୁବେଲା ଭାଇରସ୍ ଚିନ୍ତାର କାରଣ ପାଲିଟିଛି । ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ଏହି ଭାଇରସରେ ପୀଡିତ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ଏହାକୁ ନେଇ ତତ୍ପର ହୋଇଉଠିଛି । ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରୁବେଲା ଭାଇରସକୁ ନେଇ ଗର୍ଭବତୀ ମହିଳାମାନଙ୍କୁ ସତର୍କ କରାଇଛନ୍ତି । କାରଣ ଗର୍ଭବତୀ ମହିଳା ଏହି ଭାଇରସ୍‌ରେ ଆକ୍ରାନ୍ତ ହେଲେ ସେମାନଙ୍କ ସନ୍ତାନ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ୍ ଦେଖାଦିଏ । ସେଥିପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ୍ ଓ ଜ୍ୱର ରହୁଛି ସେମାନେ ରୁବେଲା ଟେଷ୍ଟ କରିବା ନେଇ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଏଠାରେ ସୂଚାଇ ଦିଆଯାଇପାରେ କି ନବରଙ୍ଗପୁର ଜିଲ୍ଲାର ତେନ୍ତୁଲୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୧୮ ଜଣ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ୍ ଲକ୍ଷଣ ଥିଲା । ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ବିଶେଷକରି ଏହି ଭାଇରସ୍ ବର୍ତ୍ତମାନ ୧ ବର୍ଷ, ୬ ବର୍ଷ ଓ ୮ ବର୍ଷ ପିଲାଙ୍କ ଭିତରେ ବଢୁଥିବା ଦେଖାଯାଉଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆମର ଆରଆରଟି ଟିମ୍ ସର୍ଭେଲାନ୍ସ କରୁଛି । ଇମ୍ୟୁନାଇଜେସନକୁ ଗୁରୁତ୍ୱ ଦିଆଯାଉଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତେଣୁ କେହି ଭୟଭୀତ ନ ହୁଅନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.