fbpx
BJD
BJD SKY
BJD SKY

ପିଓକେ ଭାରତକୁ ଫେରିବା ପ୍ରସ୍ତାବ ଉପରେ ସଂସଦରେ ସମସ୍ତ ରାଜନୈତିକ ଦଳ ସହମତ: ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରିବା ପ୍ରସଙ୍ଗକୁ ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ଲାଗି ରହିଛି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅନେକ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ବୟାନ ଦେଇଥିଲେ । ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି । ପିଓକେ ଭାରତକୁ ଫେରିବା ପ୍ରସ୍ତାବ ଉପରେ ସଂସଦରେ ସମସ୍ତ ରାଜନୈତିକ ଦଳମାନେ ସହମତ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ।

ନୂଆଦିଲ୍ଲୀର ଏକ କଲେଜରେ ଏକ ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ଜୟଶଙ୍କର ନିଜର ବୟାନ ଜରିଆରେ ପାକିସ୍ତାନକୁ ଏକ କଡ଼ା ସନ୍ଦେଶ ଦେଇଛନ୍ତି । ପାକିସ୍ତାନ କବଜାରେ ରହିଥିବା ପିଓକେ ଭାରତର ଏକ ଅଂଶ ଅଟେ ଓ ତାହା ଭାରତକୁ ଫେରିବ । ଏହି ପ୍ରସ୍ତାବ ଉପରେ ସଂସଦରେ ସମସ୍ତ ରାଜନୈତିକ ଦଳମାନଙ୍କର ସହମତି ରହିଛି । ‘ବିଶ୍ୱ ବନ୍ଧୁ ଭାରତ’ ବିଷୟ ଉପରେ ଚର୍ଚ୍ଚା ଅବସରରେ ଶ୍ରୀ ଜୟ ଶଙ୍କର ଏହା କହିଥିଲେ ।

ମୋଦୀ ସରକାରଙ୍କ ନୀତି ବିଷୟରେ ଉଲ୍ଲେଖ କରିବାକୁ ଯାଇ ବିଦେଶ ମନ୍ତ୍ରୀ କହିଥିଲେ, ଧାରା ୩୭୦ ପରିବର୍ତ୍ତନ କରିବା ସମ୍ଭବ ନୁହେଁ ବୋଲି ଆମେ ସମସ୍ତେ ଭାବିନେଇଥିଲେ । ମାତ୍ର ଆମେ ଏହାକୁ ଥରେ ବଦଳାଇଦେବା ପରେ ସମଗ୍ର ଭୂମିର ସ୍ଥିତି ବଦଳି ଯାଇଥିଲା । ପାକିସ୍ତାନ କବଜାରେ ରହିଥିବା କଶ୍ମୀରକୁ ନେଇ ସଂସଦରେ ପ୍ରସ୍ତାବ ରହିଛି । ଦେଶର ପ୍ରତ୍ୟେକ ରାଜନୈତିକ ଦଳ ଏହି ପ୍ରସ୍ତାବକୁ ନେଇ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି । ପିଓକେ ଭାରତର ଅଂଶ ଅଟେ ଓ ତାହା ଭାରତକୁ ଫେରିବା ଉଚିତ ।

Get real time updates directly on you device, subscribe now.