fbpx
BJD
BJD SKY
BJD SKY

ଯାତ୍ରୀମାନଙ୍କୁ ଏହି ଅପସନ୍ ଦେଲା ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏବେ ଆହୁରି ବି ହୋଇପାରେ ଫ୍ଲାଇଟ କ୍ୟାନସେଲ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ବୁଧବାର ଦିନ ୯୦ ରୁ ଅଧିକ ଫ୍ଲାଇଟ କ୍ୟାନ୍ସେଲ ହୋଇଛି । ଯେଉଁ କାରଣରୁ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ବର୍ତ୍ତମାନ ଇଣ୍ଡିଆ ଏକ୍ସପ୍ରେସ ଯାତ୍ରୀମାନଙ୍କ ପାଇଁ ଅନ୍ୟ ଫ୍ଲାଇଟରେ ଯାତ୍ରା କରିବାର ବିକଳ୍ପ ଦେଉଛି । ଏହା ବ୍ୟତୀତ ଏୟାରଲାଇନ ପକ୍ଷରୁ ରିୱାଇଡଜ ଫ୍ଲାଇଟ ସେଡ୍ୟୁଲ ଜାରି କରାଯାଇଛି । ଲୋକଙ୍କୁ କୁହାଯାଇଛି ଯେ, ସେମାନେ ଏୟାରପୋର୍ଟ ଯିବା ପୂର୍ବରୁ ଯାଞ୍ଚ କରନ୍ତୁ ଯେ, ଆପଣଙ୍କ ଫ୍ଲାଇଟ୍ ପ୍ରଭାବିତ ହୋଇଛି କି?

ଏୟାରଲାଇନ ଏକ ବିବୃତ୍ତିରେ କହିଛି ଯେ, ଆମେ ପ୍ରଭାବିତ ଯାତ୍ରୀମାନଙ୍କୁ ଗ୍ରୁପ ଏୟାରଲାଇନ୍ସ ସହ ବିକଳ୍ପ ଫ୍ଲାଇଟରେ ଯାତ୍ରା କରିବାର ଅପସନ ଦେଉଛୁ । କାରଣ ଯାତ୍ରୀମାନେ ଖୁବ ଶିଘ୍ର ନିଜ ଗନ୍ତବ୍ୟସ୍ଥଳରେ ପହଁଚିପାରନ୍ତୁ । ଯାତ୍ରୀମାନଙ୍କୁ କୁହାଯାଇଛି ଯେ, ସେମାନେ ଏୟାରଲାଇନ୍ସର ୱେବସାଇଟରେ ଫ୍ଲାଇଟ ଷ୍ଟାଟସ ଚେକ କରିପାରିବେ । ଏୟାରଲାଇନର ଫ୍ଲାଇଟ୍ସ କ୍ୟାନସେଲ ହେବା ପରେ ଏୟାରପୋର୍ଟରେ ପହଁଚିଥିବା ଯାତ୍ରୀମାନଙ୍କ ଭିଡ ବହୁ ସଂଖ୍ୟାରେ ଦେଖିବାକୁ ମିଳିଥିଲା ।

ଇଣ୍ଟିଆ ଟୁଡେ ରିପୋର୍ଟ ମୁତାବକ, ବିବୃତ୍ତିରେ କୁହାଯାଇଥିଲା ଯେ, ଯଦି ଫ୍ଲାଇଟ୍ କ୍ୟାନ୍ସେଲ ବା ତିନି ଘଣ୍ଟାରୁ ଆଧିକ ଡିଲ ହୋଇଛି, ତେବେ ହ୍ୱାଟ୍ସଆପ (+୯୧୬୩୬୦୦୧୨୩୪୫) ବା .. କୁ ଯାଇ ବିନା କୌଣସି ଫିସ କାଟି ଫୁଲ ରିଫଣ୍ଡ ବା ରିସିଡ୍ୟୁଲର ଅପସନ ଚୟନ କରିପାରିବେ । ଟାଟା ଗ୍ରୁପର ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୈନନ୍ଦିନ ୩୬୦ ଫ୍ଲାଇଟକୁ ଅପରେଟ କରିଥାଏ । ମାର୍ଚ୍ଚରେ ଗରମ ଆରମ୍ଭ ହେବା ପରେ ଏହାର ସଂଖ୍ୟା ବଢିଛି ମଧ୍ୟ ।

Get real time updates directly on you device, subscribe now.