fbpx
BJD
BJD SKY
BJD SKY

Breaking: ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିବା ବେଳେ ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀମାନଙ୍କର ଆଗମନ ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ଖୁବ ଜୋରରେ ଚାଲିଥିବା ବେଳେ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ସେ କୃଷ୍ଣପ୍ରସାଦରେ ଏବଂ ପିପିଲିରେ ଜନସଭାକୁ ସମ୍ବୋଧନ କରିବେ ।

ଚଳିତ ନିର୍ବାଚନରେ ବିଜେପି ଓଡ଼ିଶାକୁ ଟାର୍ଗେଟ କରିଛି । ସେଥିପାଇଁ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତ କରିଥିଲେ । ପୁଣି ୧୦ ତାରିଖରେ ଦୁଇ ଦିନିଆ ଗସ୍ତରେ ଆସିବେ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଗସ୍ତ କରି ସେଠାରେ ଜନସମାବେସକୁ ସ୍ୱାଗତ କରିଥିଲେ । ସେହିପରି ଆଜି ପରିବହନ ମନ୍ତ୍ରୀ ଆସି ବିଜେପି ଲାଗି ପ୍ରଚାର କରିବେ ।

Get real time updates directly on you device, subscribe now.