fbpx
BSKY
BJD SHG SKY
BJD YOUTH SKY

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କୁ ସାମିଲ କରାଇବା ଅଭିଯୋଗରେ ୪ଜଣଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ: ଭାରତୀୟ ଯୁବକଙ୍କୁ ଭଲ ଚାକିରି ଦେଇ ରୁଷିଆ ସେନାରେ ଯୋଗ ଦେବାକୁ ପ୍ରଲୋଭନ ଦେଖାଇଥିବା ମାନବ ଚାଲାଣ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ସିବିଆଇ ଏକ ବିବୃତିରେ କହିଛି ଯେ ମେ ୭ ତାରିଖରେ କେରଳର ଅରୁଣ ଓ ୟେସୁଦାସ, କନ୍ୟାକୁମାରୀର ନିଜିଲ ଜୋବି ବେନ୍ସମ ଏବଂ ମୁମ୍ବାଇର ଆଣ୍ଟୋନି ମିସେଲଙ୍କୁ ଏଜେନ୍ସି ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି। ବିବୃତି ଅନୁଯାୟୀ, ଏହି ଲୋକମାନେ ମାନବ ଚାଲାଣ ଗ୍ୟାଙ୍ଗ ସହ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଏଜେନ୍ସି ଅଭିଯୋଗ କରିଛି ଯେ ଏହି ଲୋକମାନେ ଭାରତୀୟ ଯୁବକମାନଙ୍କୁ ଭଲ ଦରମାର ପ୍ରଲୋଭନ ଦେଖାଇ ରୁଷିଆ ପଠାଉଥିଲେ ଏବଂ ସେଠାରେ ସେନା ପ୍ରଶିକ୍ଷଣ ଦେଇ ଯୁବକମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ଫ୍ରଣ୍ଟଲାଇନରେ ନିୟୋଜିତ କରାଯାଉଥିଲା।

ଏଜେନ୍ସି ଅନୁଯାୟୀ, ସୋସିଆଲ ମିଡିଆ ଜରିଆରେ ଏହି ଲୋକମାନେ ଭାରତୀୟ ଯୁବକମାନଙ୍କୁ ନିଜ ଜାଲରେ ଫସାଇ ଦେଉଥିଲେ। ସିବିଆଇ କହିଛି ଯେ ମାନବ ଚାଲାଣ ସହ ଜଡିତ ଏହି ଗ୍ୟାଙ୍ଗର ଏଜେଣ୍ଟଅନେକ ରାଜ୍ୟରେ ବିସ୍ତାରିତ ଅଛନ୍ତି। ଏଜେନ୍ସି କହିଛି ଯେ ଅଭିଯୁକ୍ତ ନିଜଲି ଜୋବି ବେନସନ ରୁଷିଆରେ ଅନୁବାଦକ ଭାବରେ କାମ କରୁଥିଲେ, ଯିଏ କି ଭାରତୀୟ ଯୁବକମାନଙ୍କୁ ସେନାରେ ନିଯୁକ୍ତି ଦେବା ପାଇଁ ରୁଷିଆରେ କାମ କରୁଥିଲେ। ‘ରୁଷିଆ ସେନା’ରେ ଭାରତୀୟ ଯୁବକମାନେ କ’ଣ କରୁଛନ୍ତି, ୟୁକ୍ରେନ୍ ସହ ଲଢ଼ିବା ପାଇଁ ଯୁଦ୍ଧ କ୍ଷେତ୍ରରେ କିପରି ପହଞ୍ଚୁଛନ୍ତି ତାହା ଦେଖିବାକୁ ବାକିରହିଲା।

Get real time updates directly on you device, subscribe now.