fbpx
BSKY
BJD SHG SKY
BJD MC SKY

‘ନିର୍ବାଚନ ପ୍ରଚାର ମୌଳିକ ଅଧିକାର ନୁହେଁ’, ସୁପ୍ରିମ୍ କୋର୍ଟରେ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନକୁ ବିରୋଧ କଲା ED

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ସୁପ୍ରିମ୍ କୋର୍ଟଙ୍କୁ କହିଛି ଯେ ପ୍ରଚାର ଏକ ମୌଳିକ ଅଧିକାର ନୁହେଁ। ଏହାକୁ ଅନ୍ତରୀଣ ଜାମିନ ପାଇଁ ଆଧାର କରାଯାଇପାରିବ ନାହିଁ। ନିର୍ବାଚନ ଆଳରେ ମୁକ୍ତ କରିବାକୁ ଚେଷ୍ଟା କରାଯାଉଛି ଏବଂ ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ ବୋଲି ଇଡି ସୁପ୍ରିମ୍ କୋର୍ଟଙ୍କୁ କହିଛି। ଇଡି କହିଛି ଯେ ନିର୍ବାଚନ ଲଢୁଥିବା କୌଣସି ବ୍ୟକ୍ତିଙ୍କୁ ଏହି ଆଧାରରେ ଅନ୍ତରୀଣ ଜାମିନ ମିଳିନାହିଁ । ଇଡି ଆହୁରି ମଧ୍ୟ କହିଛି ଯେ ଯଦି ଏହି ଆଧାରରେ ମୁକ୍ତ କରାଯାଏ, ତେବେ ଦେଶରେ ନିର୍ବାଚନ ହେଉଥିବାରୁ ଜଣେ ରାଜନେତାଙ୍କୁ ଗିରଫ କିମ୍ବା ଅଟକ ରଖିବା କଷ୍ଟକର ହେବ। ଗତ ୫ ବର୍ଷ ମଧ୍ୟରେ ଦେଶରେ ୧୨୩ଟି ନିର୍ବାଚନ ହୋଇଛି।

କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆଦେଶ ଜାରି କରିପାରନ୍ତି। ଏହା ପୂର୍ବରୁ ଇଡି ଏହି ସତ୍ୟପାଠ ଦାଖଲ କରିଛି। ଗତ ୭ ତାରିଖରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି କୋର୍ଟରେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ରାଜନେତାଙ୍କ ପାଇଁ ଏକ ଅଲଗା ଶ୍ରେଣୀ ସୃଷ୍ଟି କରିବା ପରି ହେବ। ଗତ ଶୁଣାଣିରେ ସୁପ୍ରିମକୋର୍ଟ ଙ୍କ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଓକିଲଙ୍କୁ କହିଥିଲେ, ପ୍ରଥମେ ଦେଖିବା ଅନ୍ତରୀଣ ଜାମିନ ପ୍ରଦାନ କରାଯାଇପାରିବ କି ନାହିଁ।

 

Get real time updates directly on you device, subscribe now.