fbpx

Relationship tips:ପତ୍ନୀଙ୍କ ସହ ଝଗଡା ପରେ କରୁଛନ୍ତି କିି ଏପରି ଭୁଲ୍‌, ବିଗିଡିଯିବ ଦାମ୍ପତ୍ୟ

ଓଡ଼ିଶା ଭାସ୍କର: ପତି-ପତ୍ନୀ ସଂପର୍କରେ ଝଗଡା ହେବା ଏକ ସାଧାରଣ କଥା । କିନ୍ତୁ ବେଳେ ବେଳେ ଏହି ଝଗଡା ଏପରି ରୂପ ଧାରଣ କରିଥାଏ ଯେ, ପତି-ପତ୍ନୀ ପରସ୍ପରର ମୁହଁ ବି ଦେଖିବାକୁ ଚାହାନ୍ତି ନାହିଁ । କିନ୍ତୁ ଦାମ୍ପତ୍ୟ ସଂପର୍କରେ ଏପରି ସ୍ଥିତି ନ ଉପୁଜିବା ଭଲ ।

ଯଦି ଆପଣ ବିବାଦକୁ ଶେଷ କରିବାକୁ ଚାହୁଁଛନ୍ତି ତେବେ ଝଗଡା ସମ୍ବନ୍ଧିତ ଆଲୋଚନା କରନ୍ତୁ ନାହିଁ । ବିଶେଷକରି ଯେତେବେଳେ ଏହା ଆପଣଙ୍କ ଭୁଲ୍ ଅଟେ । କାରଣ ଏହା ଆପଣଙ୍କ ଲାଗି ଚିନ୍ତାର କାରଣ ପାଲଟି ଯାଇପାରେ ।
ଯଦି ଆପଣ ବିବାଦରେ ଶାନ୍ତି ପାଇଁ ଚର୍ଚ୍ଚା କରି ସମସ୍ୟାକୁ ସମାଧାନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଭୁଲ୍ କରୁଛନ୍ତି । ବହୁ ସମୟରେ ଚର୍ଚ୍ଚା କରିବା ଦ୍ୱାରା ରାଗ ଆହୁରି ବଢିଯାଏ ।

ଯଦି ଆପଣ ସତରେ ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି ତେବେ ଏହା ହୃଦୟର ସହ କରନ୍ତୁ । କାହାକୁ ଦେଖାଇବା ଲାଗି ନୁହେଁ । ଯଦି ଭୁଲ୍ ଆପଣଙ୍କର ତେବେ ଏହାକୁ ସ୍ୱୀକାର କରନ୍ତୁ ଓ ଭୁଲ୍ ମାଗନ୍ତୁ ।ଯଦି ଭୁଲ୍ ପାର୍ଟନରଙ୍କର ତେବେ ପରିସ୍ଥିତିକୁ ବୁଝନ୍ତୁ ଓ ବିବାଦ ସମାପ୍ତ କରିବାକୁ ଚିନ୍ତା କରନ୍ତୁ । ଯଦି ଆପଣଙ୍କ ସାଥୀଙ୍କ ସହ କୌଣସି ସମସ୍ୟା ରହିଛି ତେବେ ତାଙ୍କ ସହ ଚର୍ଚ୍ଚା କରି ଏହା ସମାଧାନ କରନ୍ତୁ ।

ଯଦି କୌଣସି ଗମ୍ଭୀର ପ୍ରସଙ୍ଗକୁ ନେଇ ବିବାଦ ହୋଇଛି ତେବେ ଆପଣଙ୍କ ସାଥୀଙ୍କୁ ଶାନ୍ତ ହେବା ପାଇଁ ସମୟ ଦିଅନ୍ତୁ । ପରସ୍ପର ସହ କଥାବାର୍ତ୍ତା ମାଧ୍ୟମରେ ସମାଧାନ ଖୋଜିବା ସଠିକ୍ ତରିକା ଅଟେ କିନ୍ତୁ ଏଥିପାଇଁ ସଠିକ୍ ସମୟର ଅପେକ୍ଷା କରନ୍ତୁ ।

Get real time updates directly on you device, subscribe now.