fbpx

ଜଡ଼ା ଫଳ ଖାଇ ୧୧ ଶିଶୁ ଅସୁସ୍ଥ, ସମସ୍ତଙ୍କ ବୟସ ପାଖାପାଖି ୫ରୁ ୬ ବର୍ଷ

Advertisement

ମାଲକାନଗିରି: ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ଜଡ଼ା ଫଳ ଖାଇବା ଫଳରେ ୧୧ ଜଣ ଶିଶୁ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ୧୧ ଶିଶୁଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମାଲକାନଗିରି ଝରାପାଲି ପଞ୍ଚାୟତ ତେଲିମେଟା ଗାଁ’ରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଡ଼ା ଫଳ ଖାଇବା ପରେ ସମସ୍ତ ଶିଶୁ ମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେମାନେ ବେଶୀ ଅସୁସ୍ଥ ହୋଇ ପଡିବାରୁ ତୁରନ୍ତ ପରିବାର ଲୋକ ତାଙ୍କୁ ମେଡିକାଲକୁ ସ୍ତାନାନ୍ତର କରିଥିଲେ। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁଅ ଥିବା ବେଳେ ୭ ଜଣ ଝିଅ ରହିଥିବା ସୂଚନା ମିଳିଛି। ସମସ୍ତଙ୍କ ବୟସ ପାଖାପାଖି ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଏହି ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ସମସ୍ତେ ଏବେ ମାଲକାନଗିରି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।

Get real time updates directly on you device, subscribe now.