fbpx

ଜିମ୍ ଯାଉଥିବା ପ୍ରତି ସାତ ଜଣ ପୁରୁଷଙ୍କ ମଧ୍ୟରୁ ଜଣଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପଡ଼ିଥାଏ: ରିସର୍ଚ୍ଚ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପୀଢ଼ି ଜିମରେ ଅଧିକ ସମୟ ବିତାଉଥିବା ଦେଖାଯାଉଛି । ତେବେ ଏନେଇ ସାମ୍ନାକୁ ଆସିଛି ଏକ ରିସଚ୍ଚ ରିପୋର୍ଟ । ଜିମ୍ ଯାଉଥିବା ପ୍ରତି ସାତ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପଡ଼ିଥାଏ । ମାତ୍ର ପୁରୁଷମାନେ ଏନେଇ ଅଜ୍ଞାତ ରହିଥାନ୍ତି ।

ଜିମ୍ ଯାଉଥିବା ୧୫୨ ଜଣଙ୍କୁ ନେଇ ଏକ ସର୍ଭେ କରାଯାଇଥିବା ବେଳେ ତା’ର ରିପୋର୍ଟ ରିପ୍ରଡକ୍ଟିଭ ବାୟୋମେଡିସିନ ଅନଲାଇନରେ ପ୍ରକାଶିତ ହୋଇଛି । ପୁରୁଷମାନେ ସେମାନଙ୍କର ପ୍ରଜନନ କ୍ଷମତାକୁ ନେଇ ଅଜ୍ଞାତ ରହିଥିଲେ । ଜିମ୍ ଜୀବନଶୈଳୀ ଓ ପ୍ରୋଟିସ ସପ୍ଲିମେଣ୍ଟ ସେବନ କରିବା କାରଣରୁ ୭୯ ପ୍ରତିଶତ ପୁରୁଷଙ୍କର ଇଷ୍ଟ୍ରୋଜେନ ଉଚ୍ଚସ୍ତରରେ ପହଞ୍ଚିଥିବା ଜଣାପଡ଼ିଥିଲା ।

ତେବେ ସର୍ଭେରେ ସାମିଲ ହୋଇଥିବା ପୁରୁଷ ପ୍ରତିରୋଗୀଙ୍କୁ ସେମାନଙ୍କର ପ୍ରଜନନ କ୍ଷମତା ବିଷୟରେ ପ୍ରଶ୍ନ କରାଯାଇଥିଲା । ୫୨ ପ୍ରତିଶତ ପ୍ରତିରୋଗୀ ନିଜର ପ୍ରଜନନ କ୍ଷମତା ବିଷୟରେ ପୂର୍ବରୁ ଭାବିଥିଲେ ବୋଲି ଉତ୍ତର ଦେଇଥିଲେ । ସେହିପରି ଜିମରେ ସମୟ ବିତାଇବା କିମ୍ବା ସପ୍ଲିମେଣ୍ଟର ଉପଯୋଗ ସେମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇପାରେ ବୋଲି ୧୪ ପ୍ରତିଶତ ପ୍ରତିଯୋଗୀ କହିଥିଲେ ।

ତେବେ ଜିମ୍ ରୁଟିନ ଓ ସପ୍ଲିମେଣ୍ଟ ପ୍ରଜନନ କ୍ଷମତାଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ କି ନା ସେନେଇ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ଏ କ୍ଷେତ୍ରରେ ସେମାନଙ୍କର ପ୍ରତିକ୍ରିୟାରେ ଅନେକ ତଫାତ୍ ଦେଖିବାକୁ ମିଳିଥିଲା । ୩୮ ପ୍ରତିଶତ ପ୍ରତିଯୋଗୀ ଏନେଇ ଅସହମତ ରହିଥିବା ବେଳେ ୨୮ ପ୍ରତିଶତ ସହମତି ପ୍ରକାଶ କରିଥିଲେ । ତେବେ ପୁରୁଷ ପ୍ରଜନନ କ୍ଷମତାକୁ ନେଇ ମହିଳା ପ୍ରତିଯୋଗୀମାନେ ଅଧିକ ସତର୍କ ରହିଥିଲେ । କିଣାଯାଉଥିବା ଅନେକ ପ୍ରୋଟିନ ଏନାବୋଲିକ ଷ୍ଟେରଏଡସ ଦ୍ୱାରା ଦୂଷିତ ହେଉଥିବା ଜଣାପଡ଼ିଛି । ତାହାଦ୍ୱାରା ଶୁକ୍ରାରୁ ସଂଖ୍ୟା ହ୍ରାସ ପାଇପାରେ ଓ ଅଣ୍ଡକୋଷ ସଙ୍କୋଚନ ହୋଇପାରେ ବୋଲି ବର୍ମିଂହାମ ବିଶ୍ୱବିଦ୍ୟାଳୟ ଓ ମୁଖ୍ୟ ଲେଖକ ଡା. ମ୍ୟୁରିଗ ଗାଲାଘର କହିଛନ୍ତି ।

Get real time updates directly on you device, subscribe now.