ଛାତିଥରା ଘଟଣା..ନିଜ ଜିଭ କାଟି ଶିବଲିଙ୍ଗ ଆଗରେ ସମର୍ପଣ କଲେ ଛାତ୍ରୀ, ପରିବାର ସହ ଗାଁ ଲୋକେ ଚାହିଁ ରହିଥିଲେ

ନୂଆଦିଲ୍ଲୀ: ଛତିଶଗଡରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ନିଜ ଜିଭକୁ କାଟି ଶିବଲିଙ୍ଗରେ ସମର୍ପଣ କଲେ ଦ୍ବାଦଶ ଶ୍ରେଣୀର ଛାତ୍ରୀ । ଅନ୍ଧବିଶ୍ବାସର ବସବର୍ତ୍ତି ହୋଇ ଯୁବକଜଣକ ଏଭଳି କରାଇଥିବା ଦେଖାଯାଇଛି । ଛତିଶଗଡର ଶକ୍ତି ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ହେଁ ଗ୍ରାମବାସୀ ପ୍ରବେଶ କରିବା ପାଇଁ ଅନୁମତି ଦେଇନଥିଲେ ।

ଖବର ଅନୁସାରେ, 16 ବର୍ଷୀୟ ଛାତ୍ରୀଜଣକର ଘର ଦେବରଘାଟର ଆଚାରିପଲି ଗ୍ରାମର । ତେବେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଶିବ ମନ୍ଦିର ଯାଇ ଯୁବକଜଣକ ନିଜର ଜିଭ କାଟି ଦେଇଥିଲା । ଏହାପରେ ମନ୍ଦିର ସାରା ରକ୍ତର ନଦୀ ବୋହିଯାଇଥିଲା । ତେବେ ଜିଭ କାଟିବା ପୂର୍ବରୁ ସେ ନିଜକୁ ମନ୍ଦିରରେ ବନ୍ଦ କରିଥିଲା । ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ମଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ହେଁ ଗ୍ରାମବାସୀମାନେ ପୋଲିସକୁ ମଧ୍ୟ ମନ୍ଦିରକୁ ପ୍ରବେଶ କରିବା ପାଇଁ ଦେଇନଥିଲେ । ଏହି ଘଟଣା ସୋମବାର ଦିନ ସକାଳ 7ଟା ସମୟରେ ହୋଇଥିଲା । ତେବେ ଜିଭ କାଟି ଛାତ୍ରୀଜଣକ ଏକ ନୋଟ ମଧ୍ୟ ଲେଖିଥିଲା । ତେବେ ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଆହତ ଛାତ୍ରୀଙ୍କ ପିତାଙ୍କୁ ହସ୍ପିଟାଲ ନେବା ପାଇଁ ଗୁହାରି କରିଥିଲେ ହେଁ ସେମାନେ ମନା କରିଦେଇଥିଲେ । ବର୍ତ୍ତମାନ ପୋଲିସ ସବୁ ଦିଗକୁ ଦେଖି ତଦନ୍ତ ଆରମ୍ଭ କରିଛି ।