fbpx

ବସରେ ଭୟାବହ ଅଗ୍ନିକାଣ୍ଡ, ୧୧ମୃତ୍ୟୁ ଆଶଙ୍କା

ବ୍ରହ୍ମପୁର, ୯ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥିବା ସୂଚନା ମିଳିଛି । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେମାନଙ୍କ ମଧ୍ୟରୁ ୧୧ଜଣ ନିଆଁରେ ପୋଡ଼ି ଯାଇଥିବା ଆଶଙ୍କା ରହିଛି । ଅନ୍ୟ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୮ଜଣ ଓ ହସ୍ପିଟାଲ ନେବା ବାଟରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଡଙ୍କଲପାଟୁରୁ ଚିକରଡ଼ାକୁ ଯାଉଥିବା ବେଳେ ଏହିପରି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.