fbpx

ମୋଟ ୩୨ଟି ଷ୍ଟେସନକୁ ନବୀକରଣ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ମଞ୍ଜୁରୀ, ଦେଖନ୍ତୁ ଲିଷ୍ଟରେ ଓଡ଼ିଶାରେ ନାମ ଅଛି କି ନାହିଁ

AAKASH

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୧ଟି ଷ୍ଟେସନକୁ ନବୀକରଣ ନେଇ ମଞ୍ଜୁରୀ ମିଳିଛି । ରେଲୱେ ବୋର୍ଡ ଦ୍ୱାରା ସମସ୍ତ ଆଞ୍ଚଳିକ ରେଲୱେ ମହାପ୍ରବନ୍ଧକଙ୍କୁ ନିକଟକୁ ପତ୍ର ଲେଖି ଏନେଇ ଅବଗତ କରାଯାଇଛି । ତେବେ ବର୍ତ୍ତମାନ ମୋଟ ୨୧ଟି ଷ୍ଟେସନକୁ ନବୀକରଣ ନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ଲିଷ୍ଟରେ ଆଉ ୧୧ଟି ଷ୍ଟେସନର ନାମ ସାମିଲ କରାଯାଇଛି । ତେବେ ଏହି ଲିଷ୍ଟ ଏଜେନ୍ସିକୁ ପ୍ରଦାନ କରାଯାଇଥିବା ବେଳେ ଏହି ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟର ପ୍ଲାନ ରେଲ ଲ୍ୟାଣ୍ଡ ଡେଭଲପମେଣ୍ଟ ଅର୍ଥରିଟି (ଆରଏଲଡିଏ) ପକ୍ଷରୁ ପ୍ରଦାନ କରାଯିବ ।

ତେବେ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଥିବା ୧୧ଟି ଷ୍ଟେସନ ମଧ୍ୟରେ ଚଣ୍ଡିଗଡ଼, ଲୁଧିଆନା, ସିକନ୍ଦରାବାଦ, ଗ୍ୱାଲିଅର, ଆସନସୋଲ, ଏର୍ଣ୍ଣାକୁଲମ ଟାଉନ, ମୁଜାଫରପୁର, ସୋମନାଥ, କପଟପଡି, ଜମୁ ତବି, ଫରିଦାବାଦ ସାମିଲ ରହିଛି । ଭାରତୀୟ ରେଳ ପକ୍ଷରୁ ଆସନ୍ତା ଡିସେମ୍ବର ଠାରୁ ୨୦୨୨ ମସିହା ଫେବୃଆରୀ  ମଧ୍ୟରେ ଚାଲିଥିବାକୁ ଥିବା ୧୦ଟି ଟ୍ରେନକୁ ରଦ୍ଦ କରିଦିଆଯାଇଛି । ପଶ୍ଚିମ ରେଲୱେ ଦ୍ୱାରା ଚାଲୁଥିବା ଟ୍ରେନଗୁଡ଼ିକୁ ୩ ମାସ ପାଇଁ ରଦ୍ଦ କରାଯାଇଛି । ଏହି ଟ୍ରେନଗୁଡ଼ିକ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ଗୁଜରାଟର ଉପକୂଳ ଅଞ୍ଚଳରେ ଯାତ୍ରା କରିବାର ଥିଲା । ତେଣୁ ଥଣ୍ଡା ସିଜିନ ପାଇଁ ଆସୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.