fbpx
BSKY
BJD YOUTH SKY
BJD MS SKY

ପୁଣି ଫେରିଲା କି କରୋନା ! ପଜିଟିଭ୍ ହେଲେ ସମ୍ବଲପୁରର ୨୨ ଛାତ୍ରଛାତ୍ରୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିଛି ସତ, କିନ୍ତୁ ସମ୍ପୂର୍ଣ୍ଣ ବିପଦ ଦୂରେଇ ଯାଇନି । ଏବେବ ବି ଅନେକ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ୨୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁର୍ଲା ମେଡିକାଲ କଲେଜର ୨୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ବୁର୍ଲା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଜି ରାଜ୍ୟରେ ୨୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୦ ଜଣ ୧୮ ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୩ ଓ ସ୍ଥାନୀୟ ସଂକ୍ରମଣରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.