fbpx
BJD SKY
BJD SKY

ଖାଦ୍ୟ ବିଷକ୍ରିୟାରୁ ୧୧ଜଣ ଅସୁସ୍ଥ! ୨ଜଣ ବୃଦ୍ଧ ଏବଂ ୫ ଜଣ ଶିଶୁ

BJD

ଆନନ୍ଦପୁର : ଖାଦ୍ୟ ବିଷକ୍ରିୟାରୁ ଘଟିଲା ଅଘଟଣା ଗୋଟିଏ ଗାଁରୁ ଗୋଟିଏ ପରିବାରର ୧୧ଜଣ ଅସୁସ୍ଥ । ଅସୁସ୍ଥ ହୋଇଥିବା ବ୍ୟକ୍ତି ଆନନ୍ଦପୁରର ନନ୍ଦିପଦା ଥାନା ଅନ୍ତର୍ଗତ ଅମୃତପୁର ଗାଁର ଅଟନ୍ତି । ଅସୁସ୍ଥଙ୍କ ମଧ୍ୟରେ ୬ଜଣ ବୃଦ୍ଧ ଥିବା ବେଳେ ୫ ଜଣ ଶିଶୁ ଥିବାର ସୂଚନା ମିଳିଛି । ଅସୁସ୍ଥ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଅମୃତପୁର ଗାଁର ଗୋପୀନାଥ ଦାସଙ୍କ ଗୋଟିଏ ପରିବାରର ୧୧ ସଦସ୍ୟ ଗତକାଲି ମଧ୍ୟାହ୍ନରେ ଭାତ ସହ ଚିକେନ ତରକାରୀ ଖାଇବା ପରେ ହଠାତ୍ ସେମାନଙ୍କୁ ବାନ୍ତି ହୋଇଥିଲା । ଏଥିସହିତ, ସେମାନଙ୍କ ମୁଣ୍ଡ ବୁଲାଇବା, କିଛି ଲୋକଙ୍କୁ ଝାଡ଼ା ମଧ୍ୟ ହୋଇଥିଲା । ଏହାପରେ ସେମାନେ ଶାଳଣିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେଠାରେ ଡାକ୍ତର ନଥିବାରୁ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.