fbpx

ପୂଜା ଘରକୁ କରନ୍ତୁ ଏହି ରଙ୍ଗ, ଘରେ ଶାନ୍ତି ରହିବା ସହିତ ଓ ପୂଜାରେ ଧ୍ୟାନ ଦେଇପାରିବେ…

ରଙ୍ଗର ଏକ ମହତ୍ୱ ରହିଛି । ରଙ୍ଗ ଆମ ଘରର ଅନେକ କଥା ଦର୍ଶାଇଥାଏ । ଯେପରି ରଙ୍ଗ ବାଛିବେ ଆପଣଙ୍କ ଘର ପାଇଁ ସେହି ପରି ଆପଣଙ୍କ ଘରର ଏନର୍ଜି ଏବଂ ରୁପରେଖକୁ ଏହା ପରିବର୍ତ୍ତନ କରିବ । ଏହି ପରି ଘରର ରଙ୍ଗ ସହିତ ଆପଣ ଆପଣଙ୍କ ପୂଜା ଘରର ମଧ୍ୟ ରଙ୍ଗ ବାଛନ୍ତୁ । ତେବେ ବାସ୍ତୁରେ ଆମେ ଜାଣିବା ପୂଜା ଘରେ କେଉଁ ରଙ୍ଗ ଦେବା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ବଜାଇ ରହିବ ।

ଘରେ ମନ୍ଦିରର ସ୍ଥାନ ସବୁଠାରୁ ଉପରେ ଥାଏ । ଆମେ ପ୍ରତି ଦିନ ନିତ୍ୟକର୍ମ ସାରି ପୂଜା ଘରକୁ ଯାଇଥାଉ କିନ୍ତୁ ଯଦି ପୂଜା ଘରର ରଙ୍ଗ ଠିକ ନଥାଏ ତେବେ ଆମର ପୂଜା କରିବାରେ ମନ ଲାଗିନଥାଏ ଏହା ଛଡା ନେଗେଟିଭ ଏନର୍ଜି ମଧ୍ୟ ଆସିଥାଏ । ଆମେ ସେଠାରେ ବସି ପୂଜାରେ ଧ୍ୟାନ ଦେଇ ପାରିବା ନାହିଁ । ଆମର ମନ ମଧ୍ୟ ପୂଜାରେ ଲାଗିବ ନାହିଁ । ରଙ୍ଗ ଦ୍ୱାରା ଆମେ ପ୍ରଭାବିତ ହେବା ସହିତ ଘରର ସଦସ୍ୟ ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ସବୁବେଳେ ସେହି ରଙ୍ଗ ବାଛନ୍ତୁ ଯାହା ଆପଣଙ୍କ ଶାନ୍ତି ପ୍ରଦାନ କରିବା ସହିତ ଆପଣଙ୍କ ଏନର୍ଜିକୁ ମଧ୍ୟ ବଢାଇବ । ଯେତେବେଳେ ଆପଣ ବାହାର କାମ ସାରି ଘରକୁ ଆସିବେ ସେତେବେଳେ ଘରର ରଙ୍ଗ ଦେଖିଲେ ଆପଣଙ୍କର ଉର୍ଜା ବଢିବ ।

ମନକୁ ଶାନ୍ତି ପ୍ରଦାନ କରୁଥିବା ରଙ୍ଗ କରିବା ଆବଶ୍ୟକ । ସେଥିପାଇଁ ପୂଜା ଘରର ରଙ୍ଗ ସବୁ ବେଳେ ହାଲକା ହଳଦିଆ ରଙ୍ଗ କରିବା ଆବଶ୍ୟକ ଏବଂ ଚଟାଣରେ ହାଲକା ହଳଦୀଆ ରଙ୍ଗର ଟାଇଲ ଲଗାଇବା ଆବଶ୍ୟକ । ବାସ୍ତୁ ଶାସ୍ତ୍ରରେ ଏହି ରଙ୍ଗ ବିଷୟରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.