fbpx
BJD SKY
BJD SKY

ଚାରିଆଡେ ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ : ସୁନ୍ଦରଗଡ଼ରେ ଆଉ ୬ଟି ଆକ୍ରାନ୍ତ ଚିହ୍ନଟ

BJD

ସୁନ୍ଦରଗଡ଼ : ଦିନକୁ ଦିନ ଚିନ୍ତା ବଢାଉଛି ଏହି ସ୍କ୍ରବ ଟାଇଫସ । ସୁନ୍ଦରଗଡ଼ ଜିଲ୍ଲାକୁ ନିଜର ଲାଲି ଆଖି ଦେଖାଉଛି । ଏହାକୁ ନେଇ ଏବେ ସାରା ରାଜ୍ୟ ଚିନ୍ତାରେ ପଡିଛି । ଏଠାରେ ଗତକାଲି ୨୪ ଘଣ୍ଟାରେ ୭ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୬ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ପଜିଟିଭଙ୍କ ସଂଖ୍ୟା ୨୦୬କୁ ଛୁଇଁଲାଣି । ଏହା ସୁନ୍ଦରଗଡ଼ ଜିଲ୍ଲା ସହିତ ବରଗଡ଼ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢୁଛି । ଏନେଇ ଏହି ଦୁଇଟି ଜିଲ୍ଲାକୁ ସ୍ୱତନ୍ତ୍ର ଟିମ ପଠାଯାଇଛି ।

Get real time updates directly on you device, subscribe now.