fbpx
BJD SKY
BJD SKY

ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ନ କରିଥିବା ବ୍ୟକ୍ତିଙ୍କ ବ୍ଲକ୍ ହେବ ସିମ୍ କାର୍ଡ଼

BJD

ଇସଲାମାବାଦ: ବର୍ତ୍ତମାନ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଅର୍ଥିକ ସଂକଟ ଦେଇ ଗତି କରୁଛି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶେହବାଜ୍ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଟ୍ୟାକ୍ସ ଡିଫଲ୍ଟରର୍ସଙ୍କୁ ନେଇ କଠୋରତା ଅବଲମ୍ବନ କରିଛି । ପାକିସ୍ତାନ ଟେଲିକମ୍ ଅଥୋରିଟି ଏବଂ ଅନ୍ୟାନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକୁ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଡିଫଲ୍ଟରର୍ସଙ୍କ ସିମ୍ କାର୍ଡ଼ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଫେଡେରାଲ ବୋର୍ଡ଼ ଅଫ୍ ରେଭେନ୍ୟୁ ଏକ ଇନକମ୍ ଟ୍ୟାକ୍ସ ଜେନେରାଲ ଅର୍ଡ଼ରରେ କହିଛି, ‘୨୦୨୩ ପାଇଁ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଡିଫଲ୍ଟରର୍ସଙ୍କ ସିମ୍ କାର୍ଡ଼, FBR  କିମ୍ବା Commissioner Inland Revenue ଦ୍ୱାରା ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ, ବ୍ଲକ୍ ରହିବ ।’ ରିପୋର୍ଟ ଅନୁଯାୟୀ, ଏଫବିଆର ପାକିସ୍ତାନ ଟେଲିକମ୍ ଅଥରିଟି (ପିଟିଏ) ଏବଂ ସମସ୍ତ ଟେଲିକମ୍ ପ୍ରଦାନକାରୀଙ୍କୁ ତୁରନ୍ତ ୨୦୨୪ର ଇନକମ୍ ଟ୍ୟାକ୍ସ ଜେନେରାଲ୍ ଅର୍ଡର (ଆଇଟିଜିଓ) ନମ୍ବର ୦୧ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏହିପରି ଲୋକଙ୍କ ସିମ୍ ଗୁଡିକୁ ଅବରୋଧ କରିବା ପଦକ୍ଷେପ ମେ ୧୫ ସୁଦ୍ଧା ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ ଏଫବିଆର ୨.୪ ନିୟୁତ ସମ୍ଭାବ୍ୟ ଟିକସଦାତାଙ୍କୁ ଚିହ୍ନଟ କରିଛି ଯେଉଁମାନଙ୍କ ନାଁ ଟ୍ୟାକ୍ସ ତାଲିକାରେ ନାହିଁ । ପରବର୍ତ୍ତୀ ସମୟରେ ଏହି ବ୍ୟକ୍ତିବିଶେଷଙ୍କୁ ନୋଟିସ୍ ଜାରି କରାଯାଇଥିଲା ଜ୍ଝ ଆକ୍ଟିଭ୍ ଟ୍ୟାକ୍ସଦାତା ତାଲିକା (ଏଟିଏଲ) ଅନୁଯାୟୀ, ଗତ ବର୍ଷ ସମାନ ଅବଧିରେ ୩.୮ ମିଲିୟନ ରିଟର୍ଣ୍ଣ ତୁଳନାରେ ଏପବିଅର ୧ ମାର୍ଚ୍ଚ ୨୦୨୪ ପର‌୍ୟ୍ୟନ୍ତ ୪.୨ ମିଲିୟନ କରଦାତା ଗ୍ରହଣ କରିଥିଲେ ।

ପାକିସ୍ତାନରେ ସିମ୍ କାର୍ଡ ଅବରୋଧ କରିବା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବ । ଆଜିର ସମୟରେ, ମୋବାଇଲ୍ ବିନା ବଞ୍ଚିବା ଏତେ ସହଜ ନୁହେଁ, ଏପରି ପରିସ୍ଥିତିରେ ଯଦି ସିମ୍ କାର୍ଡ ଅବରୋଧ ହୋଇଯାଏ ତେବେ ବ୍ୟାଙ୍କିଙ୍ଗ୍ ସୁବିଧା ପାଇବାରେ ଲୋକଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବେ ।

 

Get real time updates directly on you device, subscribe now.