fbpx
BJD SKY
BJD SKY

ଏପ୍ରିଲ ୨୯ରୁ ମେ ୭ ପର୍ଯ୍ୟନ୍ତ ହେବାକୁ ଥିବା ଲିଖିତ ପରୀକ୍ଷାର ସେଣ୍ଟର ବଦଳିଲା: ନୂଆ ସେଣ୍ଟରରେ ହେବ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପରୀକ୍ଷା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟଗାର୍ଡ ପଦକୁ ନେଇ ଆସିଛି ଏକ ବଡ଼ ଖବର । ଏହି ସମସ୍ତ ପଦ ପାଇଁ ପରୀକ୍ଷା କେନ୍ଦ୍ର ବଦଳିଛି । ଏପ୍ରିଲ ୨୯ ତାରିଖରୁ ମେ ୭ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯାଇଛି । ଏଥିସହିତ ନୂଆ ପରୀକ୍ଷା ସେଣ୍ଟରର ନାମ ଘୋଷଣା କରାଯାଇଛି । ଓଏସଏସଏସସି ପକ୍ଷରୁ ଏ ବାବଦରେ ସୂଚନା ଜାରି କରାଯାଇଛି ।

ଏହି ସମସ୍ତ ପଦ ପାଇଁ ପୂର୍ବରୁ ‘ଇଗଲୋବେଟେକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ପ୍ରଥମ ମହଲା, ଇନଫୋସିଟି, ପଟିଆ ଭୁବନେଶ୍ୱର, ଓଡ଼ିଶା, ୭୫୧୦୧୪’ ପରୀକ୍ଷା କେନ୍ଦ୍ରରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଉକ୍ତ ପରୀକ୍ଷା ‘କୋସି କ୍ୟାମ୍ପସ, କ୍ୟାମ୍ପସ-୬, ଦ୍ୱିତୀୟ ମହଲା, କମ୍ପ୍ୟୁଟର ଲାବ୍, କିଟ ୟୁନିଭରସିଟି, ଭୁବନେଶ୍ୱର, ଓଡ଼ିଶା- ୭୫୧୦୨୪’ କେନ୍ଦ୍ରରେ ଅନୁଷ୍ଠିତ ହେବ । ତେଣୁ ପ୍ରାର୍ଥୀମାନେ ଆୟୋଗଙ୍କ ୱେବସାଇଟକୁ ଯାଇ ରିଭାଇଜଡ୍ ଆଡମିସନ ଲେଟର ଡାଉନଲୋଡ୍ କରିବାକୁ କୁହାଯାଇଛି । ଏ ବାବଦରେ ପ୍ରାର୍ଥୀଙ୍କୁ ସେମାନଙ୍କର ପଞ୍ଜିକୃତ ଇ-ମେଲ ଆଇଡି ଓ ମୋବାଇଲ ନମ୍ବରକୁ ଇ-ମେଲ/ ଏସଏମଏସ ପଠାଯାଇଛି । ଯେଉଁ ପ୍ରାର୍ଥୀମାନେ ରିଭାଇଜଡ୍ ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ ନାହିଁ ସେମାନେ ପୁରୁଣା ଆଡମିସନ ଲେଟର ନେଇ ପରୀକ୍ଷା କେନ୍ଦ୍ରକୁ ଯାଇ ପାରିବେ ।

https://www.osssc.gov.in/Docs/Change-of-Cente-726-CRE-II.pdf

Get real time updates directly on you device, subscribe now.