fbpx
BJD SKY
BJD SKY

ଆଜିଠାରୁ ଆରମ୍ଭ ହେଉଛି ପଞ୍ଚକ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭୁଲରେ ବି କରନ୍ତୁନି ଏହି ପାଞ୍ଚଟି କାମ

BJD

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଶୁଭ-ଅଶୁଭ ଯୋଗ ଦେଖିବାର ପରମ୍ପରା ରହିଛି । ଯେଭଳି ବିବାହ ପାଇଁ ଶୁକ୍ର ବା ଗୁରୁ ଗ୍ରହର ଶୁଭ ସ୍ଥିତି ଦେଖାଯାଏ । ତେବେ ପ୍ରତ୍ୟେକ ମାସରେ ପଞ୍ଚକରେ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ । ହିନ୍ଦୁ ଧର୍ମରେ ପଞ୍ଚକର ବିଶେଷ ମହତ୍ତ୍ୱ ରହିଛି । ଗୁରୁବାର ୨ ମେ ଅର୍ଥାତ ଆଜିଠାରୁ ପଞ୍ଚକ ଲାଗିସାରିଛି । ଯାହା ମଙ୍ଗଳବାର ୬ ମେ ୨୦୨୪ ପର୍ଯ୍ୟନ୍ତ ରହିବ । ଆସନ୍ତୁ ଜାଣିବା ପଞ୍ଚକ କଣ ଏବଂ ଏଥିପାଇଁ କେଉଁ କାମ ନିଷେଧ ।

ପଞ୍ଚକ ୫ଦିନ ପର୍ଯ୍ୟନ୍ତ ରହିଥାଏ । ଚନ୍ଦ୍ରମା ଯେତେବେଳେ ଧନିଷ୍ଠା ନକ୍ଷତ୍ରର ତୃତୀୟ ଘରେ ପ୍ରବେଶ କରେ, ଏହାପରେ ଯେବେ ଚନ୍ଦ୍ରମା ଶତଭିଷା, ପୂର୍ବାଭଦ୍ରପଦ, ଉତ୍ତରାଭାଦ୍ରପଦ ଏବଂ ରେବତୀ ନକ୍ଷତ୍ରର ଚାରି ପଦରେ ଗୋଚର କରିଥାଏ । ଏହି ସମୟକୁ ପଞ୍ଚକ କୁହାଯାଏ । ସାଧାରଣ ଅର୍ଥରେ ଚନ୍ଦ୍ରମା କୁମ୍ଭ ଏବଂ ମୀନ ରାଶିରେ ଗୋଚର କରିଥାଏ ତେବେ ସେହି ସମୟକୁ ପଞ୍ଚକ କୁହାଯାଏ । ଜ୍ୟେତିଷଶାସ୍ତ୍ର ଅନୁଯାୟୀ ପଞ୍ଚକର ଅବଧିକୁ ଅଶୁଭ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ସମୟରେ କଣ ନ କରିବା ଉଚିତ୍ ।

-ପଞ୍ଚକ କାଳ ମଧ୍ୟରେ ଲୋକଙ୍କୁ ଦକ୍ଷିଣ ଦିଗରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଆବଶ୍ୟକ ।
-ପଞ୍ଚକ ଲାଗିବା ପରେ କାଠ କାଟିବା କିମ୍ବା କାଠ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ।
-ଯଦି କୌଣସି ବ୍ୟକ୍ତିଙ୍କର ଏହି ସମୟରେ ମୃତ୍ୟୁ ହେଉଛି ତେବେ ଘରର ଅନ୍ୟ ସଦସ୍ୟଙ୍କ ମଙ୍ଗଳ ପାଇଁ ଶବଦାହ ସମୟରେ ଅଟା, ବେସନ ଏବଂ ଘାସର ପୁଟୁଳା ୫ଟି ତିଆରି କରି ମୃତକଙ୍କୁ ଦିଆଯିବା ଆବଶ୍ୟକ ।
-ପଞ୍ଚକରେ ଖଟ ପଲଙ୍କ ତିଆରି କରିବା ନିଷେଧ ଅଟେ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ ।
-ପଞ୍ଚକର ଅଶୁଭ କାଳ ଆରମ୍ଭ ହେବା ପରେ ବିବାହ, ମୁଣ୍ଡନ ଏବଂ ନାମକରଣ ସଂସ୍କାର ଆଦି କାର୍ଯ୍ୟକ୍ରମ ନିଷେଧ ଅଟେ ।

Get real time updates directly on you device, subscribe now.