fbpx
BJD SKY
BJD SKY

ଜିମରେ ଏକ୍ସରସାଇଜ କରୁଥିବା ବେଳେ ଚାଲିଗଲା ୩୨ ବର୍ଷୀୟ ଯୁବକଙ୍କ ପ୍ରାଣ, ମୁଣ୍ଡ ବୁଲାଇଲା ପରେ ତଳେ ପଡିଯାଇ ଛଟପଟ ହେଲେ

BJD

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଜିମ କରୁଥିବା ଯୁବକଙ୍କର ପ୍ରାଣହାନି ଘଟିଛି । ଏହି ୩୨ ବର୍ଷୀୟ ଯୁବକ ଜଣକ ଜିମରେ ଏକ୍ସରସାଇଜ କରୁଥିଲେ । ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇଲା ଏବଂ ସେ ତଳେ ପଡିଯାଇ କଷ୍ଟ ପାଉଥିଲେ । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଏହି ଘଟଣାର ସିସିଟିଭି ମଧ୍ୟ ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ, ବାରଣାସୀର ଚେତଗଞ୍ଜ ର ପିୟରୀରେ ରହୁଥିବା ୩୨ ବର୍ଷୀୟ ଦୀପକ ଗୁପ୍ତାଙ୍କ ବଡି ବିଲ୍ଡିଂ କରୁଥିଲେ । ପ୍ରତିସିନ ସେ ସହରର ସିଦ୍ଧଗିରି ବାଗ ଅଞ୍ଚଳରେ ଥିବା ଏକ ଜିମରେ ସକାଳ ଏକ୍ସରସାଇଜ କରିବାକୁ ପହଁଚିଥିଲେ । ଏକ୍ସରସାଇଜ କରିବା ସମୟରେ ଯେତେବେଳେ ତାଙ୍କ ମୁଣ୍ଡ ବିନ୍ଧା ହେଲା ତେବେ ସେ ସଙ୍ଗେସଙ୍ଗେ ତଳେ ପଡିଯାଇଥିଲେ ଏବଂ ମୁଣ୍ଡକୁ ଜାବୁଡି ଧରି କଷ୍ଟା ପାଉଥିଲେ ।

କୁହାଯାଉଛି ଯେ, ଏକ୍ସରସାଇଜ ପରେ ଦୀପକଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା । ଏଥିରେ ହୃଦୟର ଆକାର ବୃଦ୍ଧି ହେତୁ ହୋଇପାରେ । ଦୀପକଙ୍କର ସ୍ତ୍ରୀ ଏବଂ ଦୁଇ ଜଣ ପିଲା ମଧ୍ୟ ଅଛନ୍ତି । ଦୀପକଙ୍କର ଏଭଳି ହଠାତ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.