fbpx
BJD SKY
BJD SKY

ଟାଣ ଖରାରେ ଘରକୁ ଫେରିଛନ୍ତି କି ? ଏହି କାମ ଠାରୁ ଦୂରେଇ ରୁହନ୍ତୁ

BJD

ଓଡ଼ିଶା ଭାସ୍କର: ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରିଦେଇଛି । କେବଳ ଅଫିସ୍‌, ସ୍କୁଲ ଏବଂ ଜରୁରୀ କାମ ବ୍ୟତୀତ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ସାଧାରଣତଃ ଖରାଦିନେ ଶରୀରକୁ ହାଇଡ୍ରେଟ୍ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଲୋକମାନେ ତରଭୁଜ, ଆମ୍ବ, କାକୁଡ଼ି, ଲସି, ଜୁସ୍‌, ଦହି ଇତ୍ୟାଦି ସେବନ କରିଥାନ୍ତି । ଏହା ସହ ଘର ବାହାରେ ଥିଲେ ବ୍ୟକ୍ତି ଖରାରୁ ସୁରକ୍ଷା ପାଇଁ ଛତା, ଚଷମା, ଗ୍ଲୋଭ୍‌ସ ଓ ଟୋପି ଆଦି ବ୍ୟବହାର କରିଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ଟାଣ ଖରାରୁ ଅଫିସ୍ କିମ୍ବା ଘରକୁ ଫେରିଲେ ଅଜାଣତରେ କିଛି ଭୁଲ କରିଥାନ୍ତି । ଏହି କାରଣରୁ ଜ୍ୱର ଆସିବା, ମୁଣ୍ଡ ବୁଲାଇବା, ଅଚେତ୍ ହୋଇଯିବା ଇତ୍ୟାଦି ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଟାଣ ଖରାରୁ ଘରକୁ ଫେରିଲା ପରେ କେଉଁ ସବୁ କାର୍ଯ୍ୟ କରିବା ଠାରୁ ଦୂରେଇ ରହିବା ଉଚିତ ।

୧. AC ଠାରୁ ଦୂରେଇ ରୁହନ୍ତୁ: ଅଧିକାଂଶ ଲୋକମାନେ ଖରାରୁ ଆଶ୍ୱସ୍ତି ପାଇବା ପାଇଁ ଟାଣ ଖରାରୁ ଆସି AC ହାୱାରେ ଆରାମ କରିଥାନ୍ତି । ଏପରି କରନ୍ତୁ ନାହିଁ । ଆପଣ କିଛି ସମୟ ପଙ୍ଖା ତଳେ ବସି ପାରିବେ । ଶରୀରର ତାପମାତ୍ରା ନର୍ମାଲ କିମ୍ବା ଝାଳ ସୁଖି ଗଲେ କୁଲର/ ACରେ ବସିପାରିବେ ।

୨. ପୋଷାକ ବଦଳାଇବା: ସାଧାରଣତଃ ଲୋକମାନେ ତୁରନ୍ତ ଖରାରୁ ଆସି ପ୍ରଥମେ ମୁହଁ, ହାତ ଓ ଗୋଡ଼ ଧୋଇବା ପରେ ପୋଷାକ ବଦଳାଇଥାନ୍ତି । ଏହା ପରିବର୍ତ୍ତେ ପୋଷାକ ବଦଳାଇବା ପୂର୍ବରୁ କିଛି ସମୟ ଶରୀରକୁ ପଙ୍ଖା ତଳେ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ପରେ ଅନ୍ୟ ସଫା ପୋଷାକ ପିନ୍ଧି ପାରିବେ ।

୩. ତୁରନ୍ତ ଗାଧୋଇବା: ଖରାରୁ ଆସି ତୁରନ୍ତ ଗାଧୋଇବା ଭୁଲ କରନ୍ତୁ ନାହିଁ । ଏହା ଦ୍ୱାରା ହିଟ୍‌ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ହଠାତ ଗରମ ଶରୀର ଥଣ୍ଡା ପାଣି ସଂସ୍ପର୍ଶରେ ଆସିବା ପରେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ଶରୀରର ତାପମାତ୍ରା ନର୍ମାଲ ହେବା ପରେ ଗାଧୋଇ ପାରିବେ ।

୪. ଥଣ୍ଡା ପାଣି ପିଇବା: ଖରାରେ ଅଧିକ ସମୟ ବୁଲିବା ଦ୍ୱାରା ଶରୀର ଡିହାଇଡ୍ରେଟ୍ ହେବା ସହ ଆମ ଗଳା ଶୁଖିଲା ପରି ଅନୁଭବ ହୁଏ । ଏଭଳି ସ୍ଥିତିରେ ଅଧିକାଂଶ ଲୋକ ଘରକୁ ଆସି ଥଣ୍ଡା ପାନୀୟ ସେବନ କରିଥାନ୍ତି । ଏପରି କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତେଣୁ ପ୍ରଥମେ ଶରୀର ନର୍ମାଲ ତାପମାତ୍ରାରେ ଆସିବା ପରେ ପ୍ରଥମେ ସାଧା ପାଣି ପିଅନ୍ତୁ ।

ଟାଣ ଖରାରୁ ବାହାରୁ ଘରକୁ ଆସିବା ପରେ ଏହି ସବୁ କରିବା ଉଚିତ:

୧. ହାଲୁକା ପୋଷାକ ପିନ୍ଧିବା: ଖରା ଦିନେ ଯେତେଦୂର ସମ୍ଭର କଟନ୍ ଏବଂ ହାଲୁକା ପୋଷାକ ପରିଧାନ କରନ୍ତୁ । ଏହା ଶରୀର ପାଇଁ ଆରାମଦାୟକ ଅଟେ ।

୨. ଆରାମ କରିବା: ଖରା ଏବଂ ଗୁଳୁଗୁଳି ଯୋଗୁଁ ଶରୀର ଥକି ଯାଇଥାଏ । ତେଣୁ ଟାଣ ଖରାରୁ ଆସିଲା ପରେ ଘରେ କିଛି ସମୟ ଆରାମ କରନ୍ତୁ । ହଠାତ କୌଣସି ଭାରି କାମ କରିବା ଠାରୁ ଦୂରେଇ ରୁହନ୍ତୁ । ଶରୀରକୁ ରିଲାକ୍ସ କରିବା ପରେ ଅନ୍ୟ କାମ କରିପାରିବେ ।

Get real time updates directly on you device, subscribe now.