fbpx

ମାତ୍ର ୧୩ବର୍ଷ ବୟସରେ ସ୍ପାନିସ ଫ୍ଲୁ କୁ ହରାଇଥିଲେ, ଏବେ ୧୧୩ବର୍ଷ ବୟସରେ କରୋନାକୁ ହରାଇଲେ ମହିଳା

ସ୍ପେନ, ୧୩ା୫: ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଏବଂ ଯେଉଁଠି ପ୍ରାୟ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଯାଉଛି ସେଠାରେ ଏକ ୧୧୩ବର୍ଷିୟ ବୟସ୍କ ମହିଳା କରୋନାକୁ ହରାଇଛନ୍ତି । ମାରିଆ ବ୍ରାନାୟସ ନାମକ ଜଣେ ୧୧୩ବର୍ଷିୟ ମହିଳା ସ୍ପେନରେ ରହୁଥିଲେ କିନ୍ତୁ ତାଙ୍କ ଜନ୍ମ ଆମେରିକାରେ । କରୋନାରୁ ଭଲ ହୋଇଥିବା ଏତେ ବୟସ୍କ ବ୍ୟକ୍ତି ହେଉଛନ୍ତି ସ୍ପେନର ସେହି ପ୍ରଥମ ମହିଳା । ଗତ ମାସରେ ମାରିଆ ସ୍ପେନ ସ୍ଥିତ ଓଲୋଟ ସହରରେ କରୋନାରେ ସଂକ୍ରମିତ ହୋଇଥିଲେ । ସେ ଗତ ୨୦ବର୍ଷ ଧରି ସାଣ୍ଟା ମାରିଆ ଡ଼େଲ ତୁରା ନାମକ ଏକ ରିଟାରମେଣ୍ଟ ହୋମରେ ରହୁଥିଲେ ଯେଉଁଠି ସେ କରୋନା ଭାଇରସକୁ ହରେଇ ଦେଇଛନ୍ତି । ଗତ ସପ୍ତାହରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି । ସ୍ପେନରେ କରୋନାରେ ୨୭ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩ ବର୍ଷିୟ ମହିଳା କରୋନାକୁ ହରେଇ ନୂଆ ଜୀବନ ପାଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ମାରିଆ ତିନି ସନ୍ତାନର ମାତା । ସେ କରୋନା ଭଲ ହୋଇଥିବା ନେଇ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବାରେ ଲାଗିଛି ।

ଉଲ୍ଲେଖଯୋଗ୍ୟ ଯେ ମାରିଆ ୪ମାର୍ଚ୍ଚ ୧୯୦୭ରେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ପେନର ବାସିନ୍ଦା ହୋଇଥିବା ବେଳେ ଏକ ସାମ୍ବାଦିକ ଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମାରିଆ ନିଜ ପରିବାର ସହିତ ଏକ ଡଙ୍ଗାରେ ସ୍ପେନକୁ ଆସିଥିଲେ । ୧୯୧୮-୧୯ର ସ୍ପାନିସ ଫ୍ଲୁ ଏବଂ ୧୯୩୬-୩୯ରେ ସ୍ପେନରେ  ଗୃହଯୁଦ୍ଧ ସମୟରେ ମଧ୍ୟ ମାରିଆ ସୁରକ୍ଷିତ ଥିଲେ ।

Get real time updates directly on you device, subscribe now.