fbpx

କଟକ ସହରରୁ ଆଜି ୧୧୪ ପଜିଟିଭ ଚିହ୍ନଟ

କଟକ,୨୩ ।୮(ଓଡ଼ିଶା ଭାସ୍କର): ଆଜି କଟକ ସହରରୁ ୧୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହ ୯୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।

ତେବେ ଝାଞ୍ଜିରୀମଙ୍ଗଳା ବାଲିସାହିରୁ ୮, ଚାଉଳିଆଗଞ୍ଜରୁ ୭, ଏସବି ଆଇସୋଲେସନ ୱାର୍ଡରୁ ୧୯ ଜଣ, ନୟାବଜାର ଶାସ୍ତ୍ରୀନଗରରୁ ୭, ରାଣୀହାଟ ଓ ଓଡିଆ ବଜାରରୁ ୪-୪ ଚିହ୍ନଟ ହୋଇଛନ୍ତି । ୭ ପୋଲିସ କର୍ମଚାରୀଙ୍କ ସମେତ ୧୨ କୋଭିଡ ଯୋଦ୍ଧା କରୋନା ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କଟକ ସହରରେ ୩୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୫୮ଜଣ ସୁସ୍ଥ ହୋଇଛନ୍ତି ଓ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୧୨୪୧ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.