fbpx

୧୧୫ କୋଟିର ଜିଏସଟି ଠକେଇ: ୧୬ ନକଲି କମ୍ପାନୀ ନାଁରେ ଟ୍ୟାକ୍ସ ଚଳୁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏକ ବଡ ଧରଣର ଜିଏସଟି ଠକେଇକୁ ଧରିବାରେ ସଫଳ ହୋଇଛି ଆୟକର ବିଭାଗ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୬୪୧ କୋଟି ଟଙ୍କାର ବ୍ୟବସାୟରେ ଏହି ଦୁଇ ବ୍ୟକ୍ତି ୧୧୫ କୋଟି ଟଙ୍କାର ଠକେଇ କରିଥିବା ଜଣାପଡିଛି ।

ଦୁଇ ଗିରଫ ବ୍ୟକ୍ତିଙ୍କ ନାମ ହେଉଛି ଗୁରଦୀପ ଓ ସୁଜୟ ମିତ୍ର । ଭୁବନେଶ୍ୱର ଓ ରାଉରକେଲାରୁ ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି । ଏହି ଦୁଇ ବ୍ୟକ୍ତି ସରକାରଙ୍କୁ ଠକିବା ପାଇଁ ୧୬ଟି ନକଲି କମ୍ପାନୀ ସୃଷ୍ଟି କରିଥିବା ମଧ୍ୟ କୁହାଯାଇଛି । ସେହିପରି ଦୁଇ ଓ ତିନି ଚକିଆ ଯାନରେ ଖଣିଜ ପଦାର୍ଥ ସ୍ଥାନାନ୍ତର କରାଯାଉଥିବା ନେଇ ଜଣାପଡିଛି । ସମୁଦାୟ ୧୮ଡିଲର ଏହି ଦୁର୍ନୀତି ସାମିଲ ରହିଥିବା ବେଳେ ଏହା ମଧ୍ୟରୁ ୧୬ ଟି ଫାର୍ମ ନକଲି ବୋଲି ଲୋହାନୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.