fbpx

୨୪ ଘଣ୍ଟାରେ ୩୨୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ,୧୫ ।୬: ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୫୨୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ହଜାର ୫୦୨ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସମୟରେ ସଂକ୍ରମିତଙ୍କ ସଂଖ୍ୟା ୧,୫୩,୧୦୬ ରହିଛି । ଏବଂ ସୁସ୍ଥ ସଂଖ୍ୟା ୧,୬୯,୭୯୮ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ମହାରରାଷ୍ଟ୍ରରେ ସର୍ବାଧିକ ୩ ହଜାର ୯୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୧୪୭୭, ଦିଲ୍ଲୀରେ ୧୩୨୭, ପଶ୍ଚିମବଙ୍ଗରେ ୪୭୫, ମଧ୍ୟପ୍ରଦେଶରେ ୪୫୯, ତାମିଲନାଡୁରେ ୪୩୫, ଉତ୍ତରପ୍ରଦେଶରେ ୩୯୯ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.