fbpx

ବର୍ଷାରେ ଭାସିଲା ବଡଦାଣ୍ଡ! ରଥ କାମ ଠପ୍ ହୋଇଥିବା ବେଳେ ଉଡିଗଲା ନୀଳଚକ୍ର ବାନା

ପୁରୀ,୧୫ ।୬(ଓଡିଶା ଭାସ୍କର): ଓଡିଶାରେ ଲାଗିରହିଥିବା ମୌସୁମୀ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡିଛି ପୁରୀର ବଡଦାଣ୍ଡ । ପ୍ରବଳ ବର୍ଷା କାରଣରୁ ପୁରୀରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ମାରୁଛି । ପାଣି ନିଷ୍କାସନ ବାଧାପ୍ରାପ୍ତ ହେବାରୁ ପାଣି ଜମି ରହିଛି । ଅନ୍ୟପଟେ ରଥଖଳା ଜଳାର୍ଣ୍ଣବ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । ମେଡିକାଲ ଛକ, ଗୁଣ୍ଡିଚା ମନ୍ଦିର ଓ ବଳଗଣ୍ଡି ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଛି । ସେପଟେ ପ୍ରବଳ ବର୍ଷା ଓ ପବନରେ ଶ୍ରୀମନ୍ଦିରର ନୀଳଚକ୍ର ବାନା ମଧ୍ୟ ଉଡିଯାଇଛି ।

Get real time updates directly on you device, subscribe now.