fbpx

ବଡ ଖବର: ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୫ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫ଟି ଜିଲ୍ଲାରୁ ୧୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କନ୍ଦମାଳରୁ ସର୍ବାଧିକ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା-୭, ନୟାଗଡ-୪, ଝାରସୁଗୁଡା-୧, ରାୟଗଡା-୫, କଟକ-୧୯, ଜଗତସିଂହପୁର-୪, ବାଲେଶ୍ୱର-୮, ଢେଙ୍କାନାଳ-୧, ଅନୁଗୁଳ-୬, ଗଞ୍ଜାମ-୮, ସୋନପୁର-୨, ଭଦ୍ରକ-୧୯, ସମ୍ୱଲପୁର-୧, ସୁନ୍ଦରଗଡରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.