fbpx

ଜାପାନରୁ ଫେରିଲେ ୧୧୯ ଭାରତୀୟ

ଟୋକିଓ, ୨୭ା୨: ଆଜି ଜାପାନରୁ ଦିଲ୍ଲୀ ଫେରିଛନ୍ତି ୧୧୯ ଭାରତୀୟ । ସେମାନଙ୍କ ମଧ୍ୟରେ ଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ମଧ୍ୟ ଭାରତ ଫେରିଛନ୍ତି । ଯାତ୍ରୀମାନଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ ଜାହାଜରେ ଅଟକ ରଖାଯାଇଥିଲା । ଅନ୍ୟପଟେ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ସୁବିଧା ଯୋଗାଇ ଦେଇଥିବାରୁ ଭାରତ ଜାପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି । ୧୧୯ଜଣ ଭାରତୀୟ ଦିଲ୍ଲୀରେ ପହଞ୍ଚିଥିବା ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।

Get real time updates directly on you device, subscribe now.