fbpx

ବାଇକକୁ ଧକ୍କାଦେଲା ବାଇକ୍, ୩ମୃତ

କଳାହାଣ୍ଡି, ୨୭ା୨(ଓଡ଼ିଶା ଭାସ୍କର): କଳାହାଣ୍ଡି ସ୍ଥିତ ମଦନପୁରର ରାମପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ରାମପୁର ସ୍ଥିତ ତୁଜୁଙ୍ଗ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ସେଠାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇଥିବା ନେଇ ସୂଚନା ମିଳିଛି । ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ ଆକାଶ ମାଝୀ । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡ଼ିଛି ।

Get real time updates directly on you device, subscribe now.