fbpx

ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ବିଚାରପତିଙ୍କ ବଦଳି ନେଇ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ବିଚାରପତିଙ୍କ ବଦଳି ନେଇ ବର୍ଷିଛି କଂଗ୍ରେସ । ବିଜେପି ନେତାଙ୍କୁ ବଞ୍ଚାଇବା ପାଇଁ ଜଜଙ୍କୁ ବଦଳି କରାଯାଇଛି ବୋଲି କଂଗ୍ରେସ କହିଛି । ଏହିପରି ବଦଳିକୁ କଡ଼ା ନିନ୍ଦା କରିଛି କଂଗ୍ରେସ । ଏହାସହ ହିଂସାକାଣ୍ଡକୁ ନେଇ କଂଗ୍ରେସ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ମାମଲାକୁ ନେଇ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ନ୍ୟାୟର ମୁହଁ ବନ୍ଦ କରିବାକୁ ସରକାର ଚାହୁଁଛନ୍ତି । ଜଷ୍ଟିସ ମୁରଲୀଧରଙ୍କୁ ରାତିଅଧିଆ ବଦଳିକୁ ନେଇ ଆଶ୍ଚର୍ଯ୍ୟକର ଘଟଣା ବୋଲି ପ୍ରିୟଙ୍କା କହିଛନ୍ତି । ଏଭଳି ସମୟରେ ବଦଳି କରାଯାଇଥିବା କାର୍ଯ୍ୟକୁ ନିନ୍ଦନୀୟ କହିବା ସହ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଚାଲିଥିବା ହିଂସାକାଣ୍ଡ ଥମିବାର ନା ଧରୁନି । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମଚାରି ରହିଛନ୍ତି । ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ୨ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏହାସହ ପ୍ରାୟ ୨୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.