fbpx

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଖଲ୍ଲିକୋଟ ହେଲା ଏକକ ବିଶ୍ୱବିଦ୍ୟାଳୟ

ଗଞ୍ଜାମ, ୨୭ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁ ଏକକ ବିଶ୍ୱବିଦ୍ୟାଳୟ କରାଯାଇଛି । ଏଣିକି ଏକ ଗବେଷଶାତ୍ମକ ବିଶ୍ୱବିଦ୍ୟାଳୟ ଭାବେ ଖଲ୍ଳିକୋଟ କାର୍ଯ୍ୟ କରିବ । ଖଲ୍ଲିକୋଟ ଅଧିନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିବ । ଜୁନ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ସେହି ୫ଟି କଲେଜ ଯିବ । ଏହାସହ ପୂର୍ବରୁ ପଞ୍ଜୀକୃତ କରିଥିବା ପିଲାମାନେ କୋର୍ସ ସରିବା ଯାଏଁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧିନରେ ରହିବେ । ସୂଚନାଯୋଗ୍ୟ ଯେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା । କିନ୍ତୁ ଠିକ ଭାବେ କାର୍ଯ୍ୟ କରୁ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ।

Get real time updates directly on you device, subscribe now.